Search
Close this search box.

ଗମ୍ଭାରିଆ ପୋଲ ପାଖରେ ବାଇକର ଦୁଃଘଟଣା

ଦୁଇ ଯୁବକ ବାଦମପାହାଡ ଷ୍ଟେସନର ଇଲେକ୍ଟ୍ରିକାଲ ରେ କାମ କରନ୍ତି |ସେ ଦୁହେଁ କାମ ସାରି ବାଇକରେ ଘରକୁ ଫେରୁଥିବା ସମୟରେ ବାଟରେ ଗମ୍ଭାରିଆ ପୋଲ ଟ୍ରନିଂ ପଏଣ୍ଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ପିକ୍ଅଫ୍ କୁ ଦେଖି ସମ୍ବାଳି ନ ପାରି ବିଲ ମଧ୍ୟରେ ପଶିଯାଇଥିଲେ |ଘଟଣାରୁ ପ୍ରକାଶ ଯେ,ମଙ୍ଗଲ ସାଣ୍ଡିଲ ୧୮ ବାପା ଲକ୍ଷୀଧର ସାଣ୍ଡିଲ ଓ ତାଙ୍କ ସାଥୀ ବିଟୁ କୁମାର ୨୯ ବାଦାମପାହାଡ ଷ୍ଟେସନ ଇଲେକ୍ଟ୍ରିକାଲ ରେ କାମସାରି ନିଜ ଘର ଜାମସେଦପୁର ଟାଟା ମାନଗୋ କୁ ବାଇକରେ ଯାଉଥିବା ବେଳେ ଗମ୍ଭାରିଆ ପୋଲ ଟ୍ରନିଂ ପଏଣ୍ଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ପିକ୍ଅଫ୍ କୁ ଦେଖି ଆୟତ୍ବ କରି ନ ପାରି ବିଲ ମଧ୍ୟକୁ ପଶିଯାଇଥିଲେ |ଯାହା ଫଳରେ ବାଇକ ଚଲାଉଥିବା ମଙ୍ଗଲ ସାଣ୍ଡିଲଙ୍କର ଗୋଡ ଭାଙ୍ଗିଯାଇଥିବା ବେଳେ ବାଇକରେ ବସିଥିବା ବିଟୁ କୁମାର ଏହି ଦୁଃଘଟଣାରେ ଛିଟିକି ପଡିିଥିଲେ |ତେଣୁ ତାଙ୍କର ସାମାନ୍ୟ କ୍ଷତବିକ୍ଷତ ହୋଇଛି |ପୁଣି ଜଣା ପଡିଛି ,ମଙ୍ଗଲ ସାଣ୍ଡିଲଙ୍କୁ ବାରିପଦା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ |ଏହି ନେଇ ତାଙ୍କର ପରିବାର ଲୋକମାନଙ୍କୁ ମଧ୍ୟ ଖବର ଦିଆଯାଇଛି

 

Leave a Comment

Read More