Search
Close this search box.

ଶ୍ରୀ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ ରେ ମା ରମାଦେବୀ ଓ ବିକଶିତ ଓଡ଼ିଶା ଆଲୋଚନାଚକ୍ର।*

*ଶ୍ରୀ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ ରେ ମା ରମାଦେବୀ ଓ ବିକଶିତ ଓଡ଼ିଶା ଆଲୋଚନାଚକ୍ର।*
ବାଲିଚନ୍ଦ୍ରପୁର ୨୫/୧୧ ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟ ଉତ୍ତର ପ୍ରତାପ ଗ୍ରାମ ପଞ୍ଚାୟତ ଅଧୀନ ନରସିଂହ ପୁର ସ୍ଥିତ ଶ୍ରୀ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟ ରେ ମା ରମାଦେବିଙ୍କ ୧୨୫ ତମ ଜୟନ୍ତୀ ଅବସରରେ ମା ରମାଦେବୀ ଓ ବିକଶିତ ଓଡ଼ିଶା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର କୃଷ୍ଣ ଚନ୍ଦ୍ର ପାତ୍ର ମା ରାମାଦେବିଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି ମା ରମାଦେବୀ ପ୍ରାକ୍ ସ୍ଵାଧୀନତା ପରବର୍ତ୍ତୀ ସ୍ଵାଧୀନୋତ୍ତର ଭାରତରେ ଓଡ଼ିଶା ପ୍ରାନ୍ତରେ ନରିସସକ୍ତିକରଣର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ଅଭିହିତ କରିଥଲେ।ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ସୁଜାତା ଦାସ ସଂଯୋଜନା କରି ମା ରମାଦେବୀ ହେଉଛନ୍ତି ଓଡ଼ିଆ ନାରୀମାନଙ୍କର ସ୍ୱାଭିମାନ ବୋଲି ଅଭିହିତ କରିଥଲେ। ସମ୍ମାନିତ ଅତିଥି ଅବସରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ କେନ୍ଦ୍ରାପଡା, ପ୍ରଭାସ ଚନ୍ଦ୍ର ଦାସ ମା ରମଦେବିଙ୍କ ବହୁମୁଖି ପ୍ରତିଭା ସମ୍ବନ୍ଧରେ ଆଲୋକପାତ କରିଥଲେ। ଅନ୍ୟତମ ଅତିଥି ସର୍ବୋଦୟ କର୍ମୀ ରମାକାନ୍ତ ମଣ୍ଡଳ ମା ରମାଦେବୀ ହରିଦାସ ପୁର ରେଳ ଷ୍ଟେସନ ଠାରୁ ଉତ୍ତରପ୍ରତାପ ଗ୍ରାମପଞ୍ଚାୟତର ବେଦୀ ପୁର ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା ଓ ସେବା କୁ ମନେପକାଇ ଆଜି ର ବିକଶିତ ଓଡ଼ିଶା ରେ ରମାଦେବୀ ଙ୍କ ଚିନ୍ତାଧାରାର ଆବଶ୍ୟକତା ଅଛି ବୋଲି ଅଭିହିତ କରିଥଲେ। ସମ୍ମାନିତ ଅତିଥି ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ମା ରମାଦେବୀ ଙ୍କ ଜୀବନୀ ଉପରେ ଆଲୋକପାତ କରିଥଲେ। ମୁଖ୍ୟବକ୍ତା ସମ୍ପାଦକ ଗୋପବନ୍ଧୁ ରମାଦେବୀ ଆଶ୍ରମର ସମ୍ପାଦକ ନିମାଇଁ ରାୟ ଆଧୁନିକ ଓଡ଼ିଶା ଓ ରମାଦେବୀ ଭାବନା ସମ୍ପର୍କରେ ଭାବଗର୍ଭକ ଆଲୋଚନା କରିଥଲେ। ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅଧ୍ୟାପିକା ପ୍ରମିଳା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପକ ସୁରେଶ ଚଂଦ୍ର ଲେଙ୍କା, ଗୌରୀ ଶଙ୍କର ମିଶ୍ର, ଅଧ୍ୟାପିକା ମନ୍ଦାକିନୀ ରାଉତ, କର୍ମଚାରୀ ପ୍ରଶାନ୍ତ କୁମାର ପଣ୍ଡା, ହେମନ୍ତ କୁମାର ଦାସ, ଓ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Leave a Comment

Read More

Verified by MonsterInsights