ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ
ବାଲିଚନ୍ଦ୍ରପୁର ୨୩/୧୧(ଆ ପ୍ର) ଓଡିଶା ର ନବ ଉତ୍କଳ ର ନିର୍ମାତା ତଥା ସମାଜ ସଂସ୍କାରକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୪ ତମ ଜୟନ୍ତୀ ବଡ଼ଚଣା ବ୍ଲକ ଅନ୍ତର୍ଗତ ପତରାଜ ପୁର ସ୍ଥିତ ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲ ପରିସର ରେ ଶନିବାର ପାଳିତ ହୋଇ ଯାଇଛି। ନବକୃଷ୍ଣ ଚୌଧୁରୀ ସ୍ମୃତି କମିଟି ବାଲିଚନ୍ଦ୍ରପୁର ଆନୁକୂଲ୍ୟରେ କମିଟି ର ସଭାପତି ପ୍ରଫେସର ଯଚିନ୍ଦ୍ର କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଫେସର ଡ ରାମଚନ୍ଦ୍ର ମହାନ୍ତି ଯୋଗଦେଇ ଓଡିଶା ର ବରପୁତ୍ର ମାନଙ୍କ ମଧ୍ୟରେ ନବକୃଷ୍ଣ ଥିଲେ ଅନ୍ୟତମ ତାଙ୍କ ସମୟରେ ନିଶା ନିବାରଣ ଓ ଓଡିଆ ଭାଷା କୁ ଏକ ସ୍ଵତନ୍ତ୍ର ଭାଷା ର ପରିଚୟ ଦେବାକୁ ଯେଉଁ ସଂଗ୍ରାମ କରିଥିଲେ ତାହାକୁ ଆଜିର ଯୁବପିଢୀ ଅନୁସରଣ କରିବା ଉଚିତ। ମୁଖ୍ୟ ବକ୍ତା ଭାବେ ଜାତୀୟ ଯୁବ ପ୍ରକଳ୍ପ ର ନିର୍ଦ୍ଦେଶକ ମଧୁ ସୁଦନ ଦାସ ଯୋଗଦେଇ ଉତ୍କଳ ସମ୍ମିଳନୀ ଗଠନ ହିଁ ଓଡିଶା କୁ ନୂତନ ରୁପ ଦେଇଥିଲା। ତାହାକୁ କାର୍ଯ୍ୟକାରୀ କରିବା ରେ ନବକୃଷ୍ଣ ଙ୍କ ଅବଦାନ ଅତୁଳନୀୟ। ହେଲେ ତାଙ୍କ ପରିକଳ୍ପନା ଓ ଲକ୍ଷ୍ୟ ଦୁରେଇ ଯାଉଛି। ସମ୍ମାନୀତ ଅତିଥି ଭାବରେ କବି ରୁଦ୍ରପ୍ରସନ୍ନ ସାମଲ, ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭିକ ସୂଚନା ବରିଷ୍ଠ ଖବର ଦାତା ପ୍ରଦୀପ୍ତ କୁମାର ପୃଷ୍ଟି ପ୍ରଦାନ କରିଥିଲା ବେଳେ ସ୍ମୃତି କମିଟି ର ସମ୍ପାଦକ ଏକାଦଶୀ ସେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭ ରେ ଅତିଥି ମାନେ ନବକୃଷ୍ଣ ଚୌଧୁରୀଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପ ଦୀପ ଦାନ କରିଥିଲେ । କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଆଲୋକ କୁମାର ପ୍ରଧାନ ଓ ପ୍ରତାପ କୁମାର ସେନାପତି।ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରେସ କ୍ଲବ ବାଲିଚନ୍ଦ୍ରପୁର ସଭାପତି ପ୍ରକାଶ ଚନ୍ଦ୍ର ସାମଲ।









