– ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ଆଙ୍କର – ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ଅଧିନସ୍ତ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟ ନିକଟସ୍ତ ପଡିଆ ଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ୨୭ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ ୨୯ ତାରିଖ ଶୁକ୍ରବାର ପର୍ଯ୍ଯନ୍ତ ତ୍ରିଦିବସୀୟ କାର୍ଯ୍ଯକ୍ରମ ସଭାପତି ରାଇରଙ୍ଗପୁର ଏଡିଓ ଲୋକନାଥ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ କାର୍ଯ୍ଯକ୍ରମର ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ସମ୍ମାନିତ କରାଯିବା ପରେ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ ହେବା ପରେ ସ୍ଥାନୀୟ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କଲା ପରେ ଅତିଥିଗଣ ଗଛ ମୂଳରେ ପାଣି ଦେଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ l ଏହାପରେ ସଭାପତି କୁଷି ଯନ୍ତ୍ରପାତି ମେଳା ଉପରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଏଥିରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ , ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଭାରତୀ ହାଁସଦାଃ, ବିଜାତଳା ଜିଲ୍ଲା ପରିଷଦ ସଦସ୍ଯା ମୀନା ସୋରେନ, ସମନ୍ବିତ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପରୀକ୍ଷତ ଦାସ, କରଂଜିଆ କୁଷି ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମାର୍ଣ୍ଡି ଓ ବହଳଦା ଏଡିଓ ଉତ୍ତମ କୁମାର ସୋ ଉପସ୍ଥିତ ରହି କୁଷି ଉପରେ ବହୁ ମୂଲ୍ଯବୋଧଭିତ୍ତିକ ବକ୍ତବ୍ଯ ଦେବାକୁ ଯାଇ କହିଥିଲେ ଯେ ଓଡିଶା ଆଜି କୁଷିରେ ବହୁତ ଆଗେଇଛି l ଧାନ ଠାରୁ ଆରମ୍ଭ କରି ପନିପରିବା କ୍ଷେତ୍ରରେ ଅନ୍ଯ ରାଜ୍ଯ ତୁଳନାରେ ଓଡିଶା ତାର ପ୍ରାଧାନ୍ଯ ବିସ୍ତାର କରିପାରିଛି l ଏଠାରୁ ମଧ୍ଯ ଖାଦ୍ଯ ଉତ୍ପାଦିତ ହୋଇ ବାହାର ରାଜ୍ଯକୁ ରତ୍ପାନି ହୋଇପାରୁଛି l ଆଜିର ଏହି ମେଳାରେ ବିଭିନ୍ନ ପ୍ରକାର ଷ୍ଟଲ ବସିଅଛି, ଯେଉଁଠି ଚାଷୀମାନେ ମନମୁତାବକ କୁଷି ଯନ୍ତ୍ରପାତି ଖରିଦି କରିପାରିବେ ଏବଂ ତାହାକୁ ନିଜ ନିଜର କୁଷି କ୍ଷେତ୍ରରେ ଉପଯୋଗ କରିପାରିବେ l ଏହାପରେ ପୁରସ୍କାର ବିତରଣୀ ପର୍ବରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକର ସଫଳ ଚାଷୀ ଭାବେ ଅଗ୍ରଗଣ୍ଯ ହୋଇଥିବା ବ୍ଯକ୍ତିଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା l ସେମାନଙ୍କ ମଧ୍ଯରେ ସାଉତି ହେମ୍ବ୍ରମ (ରାଇରଙ୍ଗପୁର), ଯଦୁମଣି ମାଝୀ (ବିଜାତଳା), ବିନାୟକ ନନ୍ଦ ( ବିଶୋଇ), ମହୋନ ସୋରେନ (କୁସୁମୀ), ଧନୁର୍ଦ୍ଦର ହାଁସଦାଃ (ବହଳଦା), ପାରନ ହେମ୍ବ୍ରମ (ଜାମଦା) ଓ ଜିରୁମ ନାଏକ (ତିରିଂ) ପ୍ରମୁଖ ଥିଲେ l ଉକ୍ତ ବୈଠକରେ ଚାଷୀ, ସରପଞ୍ଚ, ପଞ୍ଚାୟତସମିତି ସଭ୍ଯସଭ୍ଯା, ୱାର୍ଡ ମେମ୍ବର, ଏସଏସଜି ଗ୍ରୁଫ୍, ଏଏଫ୍ଓ ତଥା ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ l ଏହି ଭବ୍ଯ କାର୍ଯ୍ଯକ୍ରମରେ ଜାମଦା ବ୍ଲକ କୁଷି ଅଧିକାରୀ ଶୁଭଲକ୍ଷ୍ମୀ ଦାଶ ସଭା ପରିଚାଳନା କରିଥିବା ବେଳେ ବହଳଦା ଏଡିଓ ଉତ୍ତମ କୁମାର ସୋ ଧନ୍ଯବାଦ ଅର୍ପଣ କରିଥିଲେ l ଏହି ମେଳା ଦେଖିବା ପାଇଁ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳରୁ ବହୁ ଚାଷପ୍ରେମୀ ଭାଇଭଉଣୀ ଗଣ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ l ଆସନ୍ତା ୨୯ ତାରିଖ ଉଦଯାପନୀ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଓ ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବ୍ଲକ ଅଧ୍ଯକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ଯୋଗ ଦେବେ ବୋଲି ରାଇରଙ୍ଗପୁର କୁଷି ଅଧିକାରୀ ସୂଚନା ଦେଇଥିଲେ l ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ









