Search
Close this search box.

ବଡଚଣା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀ ଜୟନ୍ତୀ ପାଳିତ.

ବଡଚଣା କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀ ଜୟନ୍ତୀ ପାଳିତ


ବାଲିଚନ୍ଦ୍ରପୁର ୨୦/୮=ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜିବ ଗାନ୍ଧୀ ଙ୍କ ୮୦ତମ ଜୟନ୍ତୀ ଆଜି ବାଲିଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁକୁଟିପାଟ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଡଚଣା କଂଗ୍ରେସ ନେତା ଅଜୟ ସାମଲ ଯୋଗଦେଇ ସ୍ବର୍ଗତ ଗାନ୍ଧୀ ଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ୧୮ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ମାନଙ୍କୁ ଭୋଟଦାନ ଅଧିକାର, ସମ୍ବିଧାନ ସଂଶୋଧନ, (୭୩ତମ) ପଞ୍ଚାୟତ ରାଜ ଅନୁଷ୍ଠାନ କୁ କ୍ଷମତା ପ୍ରଦାନ, ଦଳବଦଳ ଆଇନ କୌଶଳ ବୈଷୟିକ ସେବା ଆଦି ଦେଶପାଇଁ ତାଙ୍କର ଅବଦାନ କୁ ଭାରତ ସବୁଦିନ ପାଇଁ ମନେ ରଖିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ଶେଖ ରିଆସତ ଅଲ୍ଲୀ, ଯାଜପୁର ଜିଲ୍ଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ବିଶ୍ବପ୍ରକାଶ ସାମଲ, ବଡଚଣା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସଂଜୟ କୁମାର କର, ବରିଷ୍ଠ କଂଗ୍ରେସ ନେତା ଶେଖ ଅବଦୂଲ ମଜିଦ୍, ମହନି ଚରଣ ମହାନ୍ତି, , ସାନ୍ତନୁ ଜେନା, ସନ୍ତୋଷ କୁମାର ପରିଡା, ଅଶୋକ କୁମାର ବେହେରା, ମହେଶ୍ବର ମହାପାତ୍ର, ସରୋଜ କୁମାର ଜେନା, କାହ୍ନୁ ଚରଣ ଦାସ, ନାରାୟଣ ଚନ୍ଦ୍ର ଦାସ ସମେତ ବହୁ କଂଗ୍ରେସ କର୍ମି ଯୋଗଦେଇଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ପଞ୍ଚାୟତ କଂଗ୍ରେସ ସଭାପତି ରବିନ୍ଦ୍ର କୁମାର ରାଉତରାୟ।

Leave a Comment

Read More