ଡାକ୍ତର ନିଖୋଜ ଘଟଣାର ନୂଆ ମୋଡ:
ଆଇପିଏଲରେ ଖେଳିବା ଓ ଋଣ ଭାର ଏଡାଇବାକୁ ରଚିଛନ୍ତି ନାଟକ!
*ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇ ନିଖୋଜ ଘଟଣା ଏବେ ନୂଆ ମୋଡ ନେଇଛି। ଅଚାନକ ଡାକ୍ତର ରାତିରେ ନିଖୋଜ ହେବା ଏବଂ ପରବର୍ତ୍ତୀ ସମୟରେ ଘର ଆଗରେ ନକ୍ସଲ ପୋଷ୍ଟର ଲାଗିବାକୁ ନେଇ ଜିଲ୍ଲାରେ ପୁଣି ନକ୍ସଲଙ୍କ ପତିଆରା ଆରମ୍ଭ ହୋଇଥିବା ନେଇ ଆଲୋଚନା ଜୋର ଧରିଥିଲା। ଗତକାଲି ଏବଂ ଆଜି ଦିନ ତମାମ ଡାକ୍ତରଙ୍କୁ ନକ୍ସଲ ନେଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ପୁଲିସର ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ ଡାକ୍ତର ଅମ୍ଲାନ ଆଇପିଏଲ ଖେଳି ଋଣଭାର ହୋଇଛନ୍ତି। ଏଥିସହ ସେ ବ୍ୟାଙ୍କ ଏବଂ ସାଂଗସାଥିଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଂକା ଋଣ ନେଇଥିବା ଜଣାପଡିଛି। ଯାହାଫଳରେ ସେ ଏଭଳି ନାଟକ ରଚିଥିବା ପୁଲିସ କହିଛି। ଗୋଟିଏ ପଟେ ଏସପି, ଏସଡିପିଓ ଟିମ ଗଠନ କରି ଡାକ୍ତରଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଜିଲ୍ଲାପାଳ ସଚିନ ପାଵାର ମଧ୍ୟ ଦୁଇ ତିନୋଟି ଟିମ କରି ଡାକ୍ତରଙ୍କ ସନ୍ଧାନରେ ଲାଗି ପଡିଛନ୍ତି ।*









