Search
Close this search box.

ପଶ୍ଚିମ ଓଡ଼ିଶାରେ ପୁରନ୍ଦର ମିଶ୍ରଙ୍କର ତୋଫାନୀ ପ୍ରଚାର,

,Kishore Dwibedi: ଛତିଶଗଡ଼ ବିଧାୟକ ପୁରନ୍ଦର ମିଶ୍ରଙ୍କର ଘମାଘୋଟ ନିର୍ବାଚନ ପ୍ରଚାର

ରାୟପୁର/ ଭୁବନେଶ୍ୱର ତା ୧୦/୦୫ ଛତିଶଗଡ଼ ପ୍ରଦେଶର ସମଗ୍ର ଓଡିଆ ସମାଜର ଅଧ୍ୟକ୍ଷ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ପାଇଁ ଘମାଘୋଟ ନିର୍ବାଚନ ପ୍ରଚାର କରୁଥିବା ଜଣାଯାଇଛି। ଶ୍ରୀ ମିଶ୍ର ନିକଟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟଙ୍କ ସହିତ ରାୟପୁରରୁ ହେଲିକ୍ୟାପ୍ଟର ଯୋଗେ ଆସି କୋରାପୁଟର ଲକ୍ଷ୍ମୀପୁରଠାରେ ଏକ ବିଶାଳ ବିଜୟ ସଂକଳ୍ପ ଜନସଭାକୁ ସମ୍ବୋଧନ କରିଥିଲେ। ଶ୍ରୀ ମିଶ୍ର ତାଙ୍କର ଭାଷଣରେ ରାଜ୍ୟବାସୀଙ୍କୁ ବିପୁଳ ମାତ୍ରାରେ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ହେଲା ଶାସନ କରୁଥିବା ନବୀନ ପଟ୍ଟନାୟକ ଓଡ଼ିଆ ଜାଣିନଥିବା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ସହିତ ପରିଚିତ ନଥିବା ଶ୍ରୀ ମିଶ୍ର ଜଣାଇଥିଲେ। ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାର ଟେକ ରଖିବା ପାଇଁ ଓଡ଼ିଆ ବିରୋଧୀ ବିଜୁ ଜନତା ଦଳ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ। ଓଡ଼ିଆ ଜନସାଧାରଣ, ଅଫିସର, ଆଦିବାସୀ, ଚାଷୀ, ଯୁବକ, ମାଆ, ଭଉଣୀ ଏବଂ ଗରିବ ଗୁରୁବାଙ୍କୁ ଘୃଣା ଦୃଷ୍ଟିରେ ଦେଖୁଥିବା ନବୀନ ସରକାରକୁ ହଟାଇ ବିଜେପିକୁ କ୍ଷମତାସୀନ କଲେ ରାଜ୍ୟର ବ୍ୟାପକ ବିକାଶ ସମ୍ଭବପର ହୋଇପାରିବ ବୋଲି ଶ୍ରୀ ମିଶ୍ର ଦମ୍ଭ ପ୍ରକାଶ କରିଥିଲେ।ଛତିଶଗଡ଼ରେ କଂଗ୍ରେସ ସରକାରର ପତନ ଦ୍ଵାରା ସେଠାରେ ଯେଉଁ ପରିବର୍ତ୍ତନର ବାତାବରଣ ସୃଷ୍ଟି ହୋଇଛି ତାହା ଓଡିଶାରେ ମଧ୍ୟ ପ୍ରତିଧ୍ଵନିତ ହେଉଥିବା ସେ କହିଥିଲେ। ଛତିଶଗଡ଼ରେ ବିଜେପି ସରକାର ଗଠନ ପରେ ରାଜ୍ୟ ସମୃଦ୍ଧି ପଥରେ ଆଗେଇ ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିଲେ, ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦରେ ରାଜ୍ୟ ଧନଧାନ୍ୟ ଭଣ୍ଡାରରେ ପୁରି ଉଠିବ ବୋଲି ପୁରନ୍ଦର ମିଶ୍ର ପ୍ରକାଶ କରିଥିଲେ। ଛତିଶଗଡ଼ ପରି ଓଡ଼ିଶାର ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ସହିତ ଶୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ବର୍ଷକୁ ୫୦ହଜାର ଟଙ୍କା ଯୋଗାଇ ଦେବାକୁ ଶ୍ରୀ ମିଶ୍ର ଘୋଷଣା କରିଥିଲେ।

ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ବିଧାନସଭା ଓ ଲୋକସଭାରେ ବିଜେପି ପ୍ରାର୍ଥୀ ମାନଙ୍କୁ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ଓଡ଼ିଶାରେ ସମ୍ପଦ ଭରି ରହିଥିବା ବେଳେ ଏହାର ସଠିକ ଭାବରେ ବିନିଯୋଗ ହେଉନଥିବା ଶ୍ରୀ ସାୟ ସୁଚାଇଥିଲେ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗ୍ୟାରେଣ୍ଟି ଗୁଡିକର ସୁଯୋଗ ହାସଲ କରିବା ପାଇଁ ଶ୍ରୀ ସାୟ ଆଗ୍ରହ ପ୍ରକାଶ କରିଥିଲେ।

ଏହି ସଭାରେ ଛତିଶଗଡ଼ ସରକାରର ଜଙ୍ଗଲ ମନ୍ତ୍ରୀ କେଦାର କାଶ୍ୟପ, ଲକ୍ଷ୍ମୀପୁରର ବିଧାୟକ ପ୍ରାର୍ଥୀ କୈଳାସ କୁଳେଶିକା, କୋରାପୁଟର ଲୋକସଭା ପ୍ରାର୍ଥୀ କାଳୀରାମ ମାଝୀ ପ୍ରମୁଖ ଯୋଗ ଦେଇ ବହୁ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଅନୁଗ୍ରହ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ କୋରାପୁଟ ଲୋକସଭା ଆସନର ପ୍ରଭାରୀ ଗୋବିନ୍ଦ ଜୈନ,ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଦେବେନ୍ଦ୍ର ମହାନ୍ତି ଏବଂ ସଂଯୋଜକ ଅଗସ୍ତି ହାଲୁଆ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
[19:58, 10/5/2024] Kishore Dwibedi: For Favour Of Coverage Please
[16:28, 13/5/2024] Kishore Dwibedi: ମୋଦିଙ୍କର ପ୍ରଗତିଶୀଳ ନୀତି ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ସମର୍ଥନ : ପୁରନ୍ଦର ମିଶ୍ର

ନୂଆପଡା/ଭୁବନେଶ୍ୱର ତା୧୩/୦୫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଗତିଶୀଳ ନୀତି ଗୁଡ଼ିକ ପ୍ରତି ଓଡ଼ିଶାବାସୀଙ୍କର ସମ୍ପୂର୍ଣ୍ଣ ଆସ୍ଥା ଓ ସମର୍ଥନ ରହିଥିବା, ରାୟପୁର ନଗର ଉତ୍ତରର ବିଧାୟକ ଓ ଓଡିଶା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସହ ପ୍ରଭାରୀ ପୁରନ୍ଦର ମିଶ୍ର ପ୍ରକାଶ କରିଛନ୍ତି। କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡା ଓ ଜୁନାଗଡ଼ ଠାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟଙ୍କ ସହିତ ଦୁଇଟି ବିଶାଳ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରି ଶ୍ରୀ ମିଶ୍ର, ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ବନାଇବାକୁ ଦେଶବାସୀଙ୍କ ସହିତ ଓଡ଼ିଶାର ଜନସାଧାରଣ ମଧ୍ୟ ଖୁବ ଉତ୍ସାହିତ ଥିବା ସୁଚାଇଛନ୍ତି। ଓଡ଼ିଶାକୁ ଏବେ ଶାସନ କରୁଥିବା ବିଜୁ ଜନତା ଦଳର ମୂକ ଏବଂ ବଧିର ସରକାର ଗ୍ରାମବାସୀ,ଖଟିଖିଆ, ଶ୍ରମିକ ଓ ପଛୁଆ ବର୍ଗର ଲୋକମାନଙ୍କ ପ୍ରତି ସମ୍ପୁର୍ଣ୍ଣ ଭାବେ ଅବହେଳା ପ୍ରଦର୍ଶନ କରୁଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଦୀର୍ଘ…
[16:32, 13/5/2024] Kishore Dwibedi: For Favour Of Coverage Please
[15:48, 16/5/2024] Kishore Dwibedi: ପଶ୍ଚିମ ଓଡ଼ିଶାରେ ପୁରନ୍ଦର ମିଶ୍ରଙ୍କର ତୋଫାନୀ ପ୍ରଚାର

 

Leave a Comment

Read More