
ପଶ୍ଚିମ ଓଡ଼ିଶାରେ ପୁରନ୍ଦର ମିଶ୍ରଙ୍କର ତୋଫାନୀ ପ୍ରଚାର,
,Kishore Dwibedi: ଛତିଶଗଡ଼ ବିଧାୟକ ପୁରନ୍ଦର ମିଶ୍ରଙ୍କର ଘମାଘୋଟ ନିର୍ବାଚନ ପ୍ରଚାର ରାୟପୁର/ ଭୁବନେଶ୍ୱର ତା ୧୦/୦୫ ଛତିଶଗଡ଼ ପ୍ରଦେଶର ସମଗ୍ର ଓଡିଆ ସମାଜର ଅଧ୍ୟକ୍ଷ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର

,Kishore Dwibedi: ଛତିଶଗଡ଼ ବିଧାୟକ ପୁରନ୍ଦର ମିଶ୍ରଙ୍କର ଘମାଘୋଟ ନିର୍ବାଚନ ପ୍ରଚାର ରାୟପୁର/ ଭୁବନେଶ୍ୱର ତା ୧୦/୦୫ ଛତିଶଗଡ଼ ପ୍ରଦେଶର ସମଗ୍ର ଓଡିଆ ସମାଜର ଅଧ୍ୟକ୍ଷ ତଥା ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର

ଦେବାଶିଷ ନାୟକ ଏବଂ ତାଙ୍କ ପରିବାର ବରୀ ଅଞ୍ଚଳରେ ଖୁବ୍ ପରିଚିତ। ତାଙ୍କ ବାପା ଚିତ୍ତରଞ୍ଜନ ନାୟକ କଂଗ୍ରେସରୁ ୧୯୬୧ ମସିହାରେ ବରୀ ଯାହାକି ସେତେବେଳେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଅଂଶ ଥିଲା ରୁ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ସେତେବେଳେ ସେ ବିଜୁବାବୁଙ୍କ ଏକାନ୍ତ ସହଯୋଗୀ ଥିଲେ।୧୯୬୧ ନିର୍ବାଚନରେ ବିଜୁ ବାବୁଙ୍କ ନେତୃତ୍ଵରେ ପ୍ରଥମ ଥର ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କଂଗ୍ରେସ(୮୨/୧୪୦) ଓଡ଼ିଶାରେ ସରକାର ଗଠନ କରିଥିଲା ଏବଂ ବିଜୁ ବାବୁ ପ୍ରଥମ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚିତ୍ତରଞ୍ଜନ ନାୟକଙ୍କ ସମୟରେ ଚିର ବନ୍ୟା ପ୍ରପୀଡ଼ିତ ବରୀ-ବିଞ୍ଝାରପୁର ଅଞ୍ଚଳର ସୁରକ୍ଷା ପାଇଁ ବିଭିନ୍ନ ନଦୀରେ ନଦୀବନ୍ଧ ଯୋଜନା ପାଇଁ ମୁଳଦୁଆ ପଡ଼ିଥିଲା।
୨୦୦୦ ମସିହାରେ ଦେବାଶିଷ ନାୟକଙ୍କୁ ବିଜୁ ଜନତା ଦଳ ବରୀ(ଯାହାକି ସେତେବେଳେ ବରୀ-ଡେରାବିସ ନିର୍ବାଚନ ମଣ୍ଡଳୀ ଥିଲା)ରୁ ଟିକେଟ ଦେଇଥିଲା।ସେ ଲଗାତାର ୪ ଥର ୨୦୦୦,୨୦୦୪,୨୦୦୯ ଏବଂ ୨୦୧୪ ରେ ବରୀରୁ ବିଜେଡିରୁ ନିର୍ବାଚିତ ହୋଇଥିଲେ।ବିଜୁ ପଟ୍ଟନାୟକ ଏବଂ ତାଙ୍କ ପରେ ବହୁ ଦିନ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ଥିବା ଦେବାଶିଷ ନାୟକଙ୍କ ରାଜ୍ୟ ରାଜନୀତିରେ ଦବଦବା ଯୋଗୁଁ ୨୦୦୦ ରୁ ୨୦୧୯ ମସିହା ମଧ୍ୟରେ ବରୀରେ ଉନ୍ନତ ମୂଳକ କାର୍ଯ୍ୟର ସେ ବିଶ୍ୱକର୍ମା ସାଜିଥିଲେ। ତାଙ୍କ ପାଇଁ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଦୂରସଂଚାର, ସଂସ୍କୃତି, ବନ୍ୟା ବାତ୍ୟା ମରୁଡି ପରି ପ୍ରାକୃତିକ ଦୁର୍ବିପାକରୁ ସୁରକ୍ଷା ଇତ୍ୟାଦି ବହୁ କ୍ଷେତ୍ରରେ ବରୀ ବହୁ ଉନ୍ନତି କରିଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡ଼ିରୁ ତାଙ୍କୁ ଟିକେଟ ମିଳିଲା ନାହିଁ। କିନ୍ତୁ ସେ ଗତ ୨ ବର୍ଷ ତଳୁ ଏ କଥା ଘୋଷଣା କରିଥିଲେ କି ମୁଁ ୨୦୨୪ ରେ ବରୀରୁ ପ୍ରାର୍ଥୀ ହେବା ନିଶ୍ଚିତ ଏବଂ ମୁଁ ବରୀର ପ୍ରତ୍ୟେକ ଜନସାଧାରଣଙ୍କ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି। ଏହା ପରେ ବିଜେଡିରେ କୋଣଠେସା ହେବାରୁ କିଛିଦିନ ତଳେ ସେ ବିଜେପିରେ ଯୋଗ ଦେଇଥିଲେ କିନ୍ତୁ ସେଠାରୁ ଟିକେଟ ନପାଇବାରୁ ସେ କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ତାଙ୍କ ଉପରେ ଭରସା କରି ଆରତୀ ଦେଓଙ୍କୁ ପରିବର୍ତ୍ତନ କରି ତାଙ୍କୁ ବରୀରୁ ପ୍ରାର୍ଥୀ କରିଛି। ତାଙ୍କ ସାମ୍ନା ରେ ଅଛନ୍ତି ବିଜେଡିର ବିଶ୍ୱରଂଜନ ମଲ୍ଲିକ ଯିଏକି ବରୀରେ ଏକ ବ୍ରାଣ୍ଡ ଭୋଟ୍ ବ୍ୟାଙ୍କ୍ ର ଅଧିକାରୀ ତଥା ୨୦୧୨ ରେ କଂଗ୍ରେସ ତଥା ପରେ ନିର୍ବାଚନରେ ୨୦୧୪ ରେ ସ୍ୱାଧୀନ,୨୦୧୯ ରେ ବିଜେପି ଟିକେଟରେ ଲଢିଥିବା ପ୍ରାର୍ଥୀ। ପୁଣି ବିଜେପିର ପ୍ରାର୍ଥୀ ହେଉଛନ୍ତି ଉମେଶ ଚନ୍ଦ୍ର ଜେନା ଯିଏକି ୨୦୧୯ରେ କଂଗ୍ରେସରୁ ନିର୍ବାଚନ ଲଢ଼ିଥିଲେ। ଏହାର ଅର୍ଥ ବରୀର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ ୨ ରୁ ୩ ଥରର ଦଳ ବଦଳ ପ୍ରାର୍ଥୀ।
ଏବେ ଦେଖିବାକୁ ବାକି ରହିଲା ୧୯ ବର୍ଷ ଧରି ବରୀ ପାଇଁ ବିଶ୍ୱକର୍ମା ସାଜିଥିବା ଦେବାଶିଷ ନାୟକ,ବରୀରେ କିଛି ବ୍ରାଣ୍ଡ ଭୋଟ୍ ର ଅଧିକାରୀ ବିଶ୍ୱରଂଜନ ଏବଂ ମୋଦି ହାୱା ରେ ଡବଲ ଇଞ୍ଜିନ୍ ସରକାର ପାଇଁ ନାରା ଦେଉଥିବା ଥିବା ଉମେଶ ତିନି ଜଣଙ୍କ ପ୍ରତି ୨୦୨୪ ନିର୍ବାଚନରେ କେମିତି ରହିବ ବରୀ ବାସୀଙ୍କର ସମର୍ଥନ।
We use cookies to improve your experience on our site. By using our site, you consent to cookies.
Manage your cookie preferences below:
Essential cookies enable basic functions and are necessary for the proper function of the website.
These cookies are needed for adding comments on this website.
Google Tag Manager simplifies the management of marketing tags on your website without code changes.
Statistics cookies collect information anonymously. This information helps us understand how visitors use our website.
Google Analytics is a powerful tool that tracks and analyzes website traffic for informed marketing decisions.
Service URL: policies.google.com (opens in a new window)
WhatsApp us