Search
Close this search box.

କେନସର ଆକ୍ରାନ୍ତ ସ୍ୱାମୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧା ସ୍ତ୍ରୀର ଆକୁଳ ନିବେଦନ.

ଦୁଃଖର ପାହାଡ ତଳେ ଚାପିହୋଇ ଯାଇଛି ସାରା ପରିବାର। ଅଭାବ ଅନଟନ ମଧ୍ୟରେ ସମସ୍ତଙ୍କ ମୁହଁରୁ ହଜିଯାଇଛି ହସ। ଏଭଳି ପରିସ୍ଥିତିରେ ଭଗବାନଙ୍କ ଆଶୀର୍ବାଦ ସହୃଦୟ ବ୍ୟକ୍ତିମାନଙ୍କ ସାହାଯ୍ୟ ସହଯୋଗ ଏବେ ଏହି ନିସ୍ବ ପରିବାରର ସାହାଭରସା। ତେବେ କେନସର ଆକ୍ରାନ୍ତ ସ୍ୱାମୀର ଚିକିତ୍ସା ପାଇଁ ଯାହାଥିଲା ସବୁ ବିକିଭାଙ୍ଗି ଦେଇଥିବା ବେଳେ ବନ୍ଧୁବର୍ଗ, ସାହିପୋଡିଶା, ସାଙ୍ଗସାଥୀ ସମସ୍ତଙ୍କର ସହଯୋଗରେ ଚିକିତ୍ସା କରାଇ ଏବେ ସର୍ବସାନ୍ତ ବିଚାରୀ ସ୍ତ୍ରୀ ଜଣକ। ତେବେ ବର୍ତ୍ତମାନ ଅଧିକ ଚିକିତ୍ସା ଆବଶ୍ୟକ ହେଉଥିବା ବେଳେ ସ୍ୱାମୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ l ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଖଡିଆଶୋଳ ଗ୍ରାମରେ।ସ୍ୱାମୀର ଚିକିତ୍ସା କରାଇ ଜୀବନ ବଞ୍ଚାଇ ରଖିବାକୁ ଅସହାୟ ସ୍ତ୍ରୀ ସଂଘର୍ଷ ଚଳାଇ ଏବେ ନିଶ୍ବ । ତେବେ ଜଣେ ସ୍ତ୍ରୀ ପାଇଁ ତାର ସ୍ୱାମୀର ଜୀବନ ଅମୂଲ୍ୟ ସମ୍ପଦ ଏଭଳି ପରିସ୍ଥିତିରେ ସ୍ୱାମୀର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କଥା ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଖଡ଼ିଆଷୋଳ ଗ୍ରାମର ବିଜୟ କୁମାର ଧଳଙ୍କ କଥା l ଦିନ ମଜୁରିଆ ଭାବେ ବିଜୟ କୁମାର ଧଳ କାମକରି ନିଜର ସ୍ତ୍ରୀ ଓ ତିନିଝିଅଙ୍କୁ ନେଇ କଷ୍ଟେ ମଷ୍ଟେ ପରିବାର ମୁହଁରେ ଦାନା ଯୋଗାଇ ଦେଉଥିଲେ l ହେଲେ ଭାଗ୍ୟର ବିଡମ୍ବନା ବିଗତ ତିନିବର୍ଷରୁ ଉର୍ଦ୍ଧ୍ବ ହେବ କେନସର ରୋଗରେ ପୀଡ଼ିତ ବିଜୟ କୁମାର ଧଳl କେନସର ଆକ୍ରାନ୍ତ ସ୍ୱାମୀର ଚିକିତ୍ସା କରାଇ ଆର୍ଥିକ ଅନାଟନରେ ଦୀର୍ଘଦିନ କାଟିବା ସହ ବିଚାରୀସ୍ତ୍ରୀ ବନ୍ଧୁବର୍ଗଙ୍କ ଠାରୁ ଧାରକରଜ କରି ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି ସ୍ତ୍ରୀ। କେତେବେଳେ ଦିନ ମଜୁରିଆ ଭାବେ କାମ କରି ତ କେତେବେଳେ ସବାଇ ଦୌଡ଼ି ବଟି ତିନିଝିଅର ପଢ଼ାଲେଖା ସହ ସ୍ୱାମୀର ଚିକିତ୍ସା କରାଇଆସୁଥିଲେ l ହେଲେ ତାଙ୍କ ପକ୍ଷେ ଆଉ ଚିକିତ୍ସା କରାଇବା ସକ୍ଷମ ନ ହେବାରୁ ସ୍ତ୍ରୀ ସରିତା ଧଳ ଯୁବସମାଜ ସେବୀ ତଥା ମୟୂରଭଞ୍ଜ ଜିଲ୍ଲା ଫାର୍ମାଶିଷ୍ଟ ସଂଘର ସଭାପତି ଦିଲ୍ଲୀପ କୁମାର ତୁଙ୍ଗଙ୍କ ସହ ଯୋଗାଯୋଗ କରି ହାଇଟେକ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରୁ ଚିକିତ୍ସା କରାଇଆଣିଥିଲେ l ତେବେ ଦିନମଜୁରୀ ଲାଗି ଚିକିତ୍ସା କରୁଥିବା ସ୍ତ୍ରୀ ଆଉ ସ୍ୱାମୀଙ୍କୁ ଛାଡ଼ି କାମକୁ ମଧ୍ୟ ଯାଇପାରିଲେ ନାହିଁ ଫଳରେ ଚିକିତ୍ସା କ୍ଷେତ୍ରରେ ଆଉ ସକ୍ଷମ ହେଇପାରୁ ନାହାଁନ୍ତି ସ୍ତ୍ରୀ ସରିତା ଧଳ l ଏଭଳି ପରିସ୍ଥିତିରେ ସ୍ତ୍ରୀ ସରିତା ସ୍ୱାମୀଙ୍କ ଚିକିତ୍ସା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିବା ସହିତ ରାଜ୍ୟବାସୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ସମାଜସେବୀ ଦିଲ୍ଲୀପ କୁମାର ତୁଙ୍ଗ l ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ବିଜୟ କୁମାର ଧଳଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହପ୍ରକାଶ କରନ୍ତି ତେବେ ଫୋନ ପେ ନମ୍ବରରେ 8143540514 ରେ ସହାୟତା କରିପାରିବେ।

ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More

Verified by MonsterInsights