Search
Close this search box.

ମାନ୍ୟବର ପ୍ରଧାନମନ୍ତ୍ରୀ ଶୁଭ ଉଦଘାଟନ କଲେ ବନ୍ଦେ ଭାରତ ଏସ୍କପ୍ରେସ୍ ଟ୍ରେନ୍ flagged off today by PM Modi

ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓକନଫାରେସିଂ ମାଧ୍ୟମରେ ବନ୍ଦେ ଭାରତ ଏସ୍କପ୍ରେସ୍ ଟ୍ରେନ୍ କୁ ଅପରାହ୍ନ ୧ଟ| ବେଳେ ଶୁଭ ଉଦଘାଟନ କରିଥିଲେ | ଏହି ଟ୍ରେନ୍ ଟି ଅତ୍ୟାଧୁନିକ ଜ୍ଞାନବିଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି |ଏହା ୬ଘଣ୍ଟା ୨୫ ମିନିଟ୍ ରେ ପୁରୀ ଓ ହାୱଡା ୫୦୦ କିମି ଅତିକ୍ରମ କରିବ | ଯାହା ଯାତ୍ରୀମାନଙ୍କ ସୁବିଧା ଉପଯୋଗୀ ସହ ଏହାର ବେଗ ଘଣ୍ଟାକୁ ୧୬୦ କିମି ବୋଲି ସୂଚନା ମିଳିଛି | ଏହା ପୁରୀ ଷ୍ଟେସନରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏଥିରେ କେନ୍ଦ୍ର ରେଳ ମନ୍ତ୍ରୀ ଅସ୍ବିନୀ ବୈଷ୍ଣବ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଅନ୍ୟମାନେ ଯୋଗ ଦେଇଥିଲେ | ଏହା ସହ କଟକ ଓ ପୁରୀ ରେଳଷ୍ଟେସନ୍ ର ଉନ୍ନତିକରଣ କରାଯାଇଥିଲା | ଏହି ଅବସରରେ ନୂତନ ରେଳ ଲାଇନ ବିଛୁପାଲି ରୁ ଝରତରଭା ଓ ଅନୁଗୁଳ ରୁ ସୁକିନ୍ଦା ଉଦଘାଟନ ସହ ସମ୍ବଲପୁର ରୁ ଟିଟଲାଗଡ ରେଳ ଲାଇନ ଦୋହାରିକରଣ ହୋଇଥିଲା | ତା ସହିତ ତୃତୀୟ ଲାଇନ ଟ୍ରେନ୍ ମନୋହରପୁର -ରାଉଲକେଲା-ଝାରସୁଗୁଡା-ଜାମଗା ର ଶୁଭାରମ୍ଭ ହୋଇଥିଲା | ଓଡିଶାର ସମସ୍ତ ରେଳ ଲାଇନକୁ ଶହେ ପ୍ରତିଶତ ବୈଦୁତିକ କରଣ କରାଯାଇଥିଲା | ଏହା ଓଡିଶାରେ ରେଳ ବିକାଶର ନୂତନ ଯୁଗ କହିଲେ ଅତ୍ୟୁକ୍ତି ହେବନାହିଁ | ଆଜି ଓଡିଶାର ସମସ୍ତ ଛୋଟ ଓ ବଡ ସହରରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି | ରାଇରଙ୍ଗପୁର ରେଳ ଷ୍ଟେସନ୍ ରେ ମଧ୍ୟ ଭବ୍ୟ ଆୟୋଜନ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ,ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଯୋଗ ଦେଇ ବନ୍ଦେ ଭାରତ ଟ୍ରେନ୍ ସଂମ୍ପର୍କରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ | ରେଳ ବିଭାଗୀୟ ତରଫରୁ ସମସ୍ତଙ୍କୁ ପୁଷ୍ପଗୁଛ ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା | ରେଳବିଭାଗୀୟ କତୃପକ୍ଷ ମଧ୍ୟରେ ରାଇରଙ୍ଗପୁର ରେଳ ଷ୍ଟେସନ୍ ର ଷ୍ଟେସନ ମାଷ୍ଟର ବଳରାମ ମାଝୀ ସହ ଚକ୍ରଧରପୁର ରେଳ ଡିଭିଜନ ର ସିନିୟର ଡିଏମ୍ଏମ୍ ଅସ୍ବିନୀ କୁମାର,ଏଇଏନ୍ ଏ କେ ପୁରାନ୍ ,ଏଓଇ ଏ କେ ସରଙ୍ଗି,ଟାଟା ଡିଭିଜନର ଏଆର୍ ଏମ୍ ହରଶ୍ବତ ଅରାନ,ଏଇଏନ୍ ଏଚ୍ ପି ସତପଥୀ,ଏଓଏସ୍ ଟିଇ ଅକ୍ଷୟ କୁମାର ନାୟକ,ଏଇଇ ଅରସଦ କମଲ,ଆର୍ ପି ଏଫ୍ ଏସ୍ କେ ତଜ୍ବାରୀ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ସଭାକୁ ଏ କେ ସରଙ୍ଗି ପରିଚାଳନା ସହ ଧନ୍ୟବାଦ ଦେଇଥିଲେ | ଏଥିରେ ରାଇରଙ୍ଗପୁର ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ନିମନ୍ତ୍ରିତ ଅତିଥିଗଣ ଯୋଗଦାନ କରିଥିଲେ | ରେଳବାଇ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଲୋକେ, ଆଇଟିଆଇ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ସୁଦୂର ଟାଟାରୁ ସ୍କାଉଟ୍ ଛାତ୍ର ଗଣ ଓ ଚକ୍ରଧର ରେଳ ଡିଭିଜନ ର କର୍ମଚାରୀଗଣ ସାସ୍କୃତିକ କାର୍ଯ୍ୟକ୍ରମ କରିଥିଲେ | ଏହି ବିଶାଳ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ରେଳ ଷ୍ଟେସନ ରେ ବହୁ ସଂଖ୍ୟାରେ ଜନସମାଗମ ପରିଲକ୍ଷିତ ହୋଇଥିଲା |ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

 

Leave a Comment

Read More