Search
Close this search box.

ପିଅନ, ଚୌକିଦାର, ମାଳି ଚାକିରି ପାଇଁ MTech,MBA ଛାତ୍ରଛାତ୍ରୀଙ୍କ ଭିଡ students crowd for the post of peon,

ମ ଦେଶରେ ବେକାରୀ ସମସ୍ୟା କେତେ ଦୂର ବଢିଲାଣି ତାର ପ୍ରମାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ନିକଟରେ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ମଲ୍ଟି ଟାସ୍କିଂ ତଥା ନନ୍ ଟେକ୍ନିକାଲ ପୋଷ୍ଟ ପାଇଁ ଆବେଦନ କରିବାକୁ ବିଜ୍ଞାପନ ବାହାରିଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ପାଇଁ ପିଅନ, ଚୌକିଦାର, ଜମାଦାର, ମାଳି, ଗେଟକିପର ଆଦି ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା, ଯେଉଁଥିପାଇଁ ସର୍ବନିମ୍ନ ଯୋଗ୍ୟତା ଥିଲା ମେଟ୍ରିକ ପାସ୍ । ହେଲେ ଆବେଦନ ପାଇଁ ଯେଉଁମାନଙ୍କର ଲାଇନ୍ ଲାଗିଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।ଉପରୋକ୍ତ ପୋଷ୍ଟ ଗୁଡିକ ପାଇଁ ବିଟେକ୍, ଏମଟେକ୍ , ଏମବିଏ ,ବିବିଏ, ଏମସିଏ. ବିସିଏ, ବିଏଡ୍, ଏଲଏଲବି, ଏମଏସସି ଡିଗ୍ରୀଧାରୀ ଆବେଦନ କରିଥିବା ଦେଖାଯାଇଛି । ଏହା ଦେଶରେ ଶିକ୍ଷିତ ବେକାରୀଙ୍କ ବର୍ଦ୍ଧିତ ସଂଖ୍ୟାକୁ ସ୍ପଷ୍ଟ କରୁଛି ।

Leave a Comment

Read More