ଆଜି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଟିବି ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ,ସମ୍ମାନିତ ଅତିଥି ରୂପେ ଜିଲ୍ଲା ଟରୋବକ୍ଲସିସ୍ ଅଫିସର ଡାକ୍ତର ନୁରୂଲ ହୁସେନ୍,ଡାରେକ୍ଟର ଅଫ୍ ଘନଶ୍ୟାମ ମିଶ୍ରା ଏଣ୍ଡ ସନ୍ ପ୍ରାଇଭେଟ୍ ଲିମିଟେଡ୍ ଜଗଦିଶ ମିଶ୍ରା,ଜେନେରାଲ ମ୍ୟାନେଜର ବିକାଶ ରଂଜନ ନାୟକ,ମ୍ୟାନେଜର ଜେଏମ୍ ଆଇରନ୍ ରାଜେଶ କୁମାର,ଏଚ୍ଆର ଘନଶ୍ୟାମ ମିଶ୍ରା ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ |ମୁଖ୍ୟ ଅତିଥି ଶ୍ରୀ ଭରଦ୍ବାଜ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତୀଙ୍କ ଟିବି ମୂଳପୋଛ କାର୍ଯ୍ୟକ୍ରମ ସ୍ବାଗତଯୋଗ୍ୟ କହିବା ସହ ଟିବି ରୋଗୀମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇଲେ ସୁସ୍ଥ ହୋଇପାରିବେ ବୋଲି କହିଥିଲେ |ଅନ୍ୟ ଅତିଥିବୃନ୍ଦ ମଧ୍ୟ ଟିବି ବିଷୟରେ ସାରଗର୍ଭକ ଭାଷଣ ଦେଇଥିଲେ |ଉକ୍ତ ସଭାକୁ ସିଡିଏମ୍ଓ ଡାକ୍ତର ରୂପଭାନୁ ମିଶ୍ର ପରିଚାଳନା କରିଥିବା ବେଳେ ଏସ୍ ଡି ଏମ୍ ଓ ଡାକ୍ତର ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |ଶେଷରେ ବାମନଘାଟୀ ଉପଖଣ୍ଡର ବିଭିନ୍ନ ବ୍ଲକ୍ ରୁ ଆସିଥିବା ଟିବି ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯାଇଥିଲା |ଏଥିରେ ରାଇରରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର DPC,NTEP,JHM ର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ |









