Search
Close this search box.

ରଥଯାତ୍ରା କମିଟୀର ଏକ ସାଧାରଣ ବୈଠକ ଅନୁଷ୍ଠିତ

ଆଜି ରାଇରଙ୍ଗପୁର ସହରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ରଥଯାତ୍ରା କମିଟୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାସ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ମୋରଡା ବିଧାୟକ ରାଜ କିଶୋର ଦାସ,ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବିଜେପି ରାଜ୍ୟ ସଭାପତି ନବୀନ ରାମ,ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଡାହୁକ କୃଷ୍ଣ ବିହାରୀ ମହାନ୍ତି,ମନୋରଞ୍ଜନ ମହାନ୍ତି , ବରିଷ୍ଟ ସଭ୍ୟ ସୁଶାନ୍ତ କୁମାର ମିଶ୍ର ଓ ଦୀପ୍ତିମାନ ବଳ ପ୍ରମୁଖ ଉପସ୍ଥିତ ଥିଲେ |

ଆଗାମୀ ୨୩ ତାରିଖ ଅକ୍ଷୟ ତୃତୀୟା କିପରି ଭାବେ ସୁରୁଖର ହେବ ଆଲୋଚିତ ହୋଇଥିଲା |ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକଙ୍କୁ ରଥଯାତ୍ରା କମିଟୀର ସଭାପତି ମନୋନୀତ କରାଯାଇଥିଲା |ଆଗାମୀ ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ସମାପନ ହେବ ଓ ଶ୍ରୀ ମନ୍ଦିରର ବିଭିନ୍ନ ଉନ୍ନତିକରଣ ଯୋଜନା ବିଷୟରେ ମନ୍ତବ୍ୟ ପ୍ରକାଶ କରିଥିଲେ |ଶେଷରେ ସମସ୍ତେ ସହମତି ପ୍ରକାଶ କରି ସଭାକାର୍ଯ୍ୟ ସମାପନ ହୋଇଥିଲା |

Leave a Comment

Read More