ସାଉଥ ସୁପରଷ୍ଟାର କିଚା ସୁଦୀପ ରାଜନୀତିରେ ଏଣ୍ଟ୍ରି କରି ବିଜେପିରେ ଯୋଗଦେବାର ଚର୍ଚ୍ଚା ମଧ୍ୟରେ ତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି | ତାଙ୍କ ମ୍ୟାନେଜର ଜ୍ୟାକ୍ ମଞ୍ଜୁଙ୍କୁ ଚିଠି ମିଳିଥିବାବେଳେ କିଚାଙ୍କ ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦିଆଯାଇଛି ।
ମ୍ୟାନେଜର ବେଙ୍ଗାଲୁରୁର ପୁତନହଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଏହାର ଅନୁସନ୍ଧାନ କରୁଛି। ବାସ୍ତବରେ କନ୍ନଡ ଅଭିନେତା ସୁଦୀପଙ୍କ ନିକଟକୁ ଜଣେ ଅଜଣା ବ୍ୟକ୍ତି ଦୁଇଟି ଚିଠି ପଠାଇଥିଲେ |
ଚିଠିରେ ବ୍ୟକ୍ତିଜଣକ କିଚାଙ୍କ ବ୍ୟକ୍ତିଗତ ଭିଡିଓକୁ ସାର୍ବଜନୀନ କରିଦେବାକୁ ଧମକ ଦେଇଛି ଅନ୍ୟପକ୍ଷରେ, ସୁଦୀପଙ୍କ ମ୍ୟାନେଜର ମଞ୍ଜୁନାଥ କହିଛନ୍ତି ଅଭିନେତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଏହା ଷଡଯନ୍ତ୍ର। ସୁଦୀପ କହିଛନ୍ତି ଯେ, ‘ହଁ, ମୋତେ ଏକ ଧମକପୂର୍ଣ୍ଣ ଚିଠି ମିଳିଛି ଏବଂ କିଏ ପଠାଇଛି ମୁଁ ଜାଣେ। ମୁଁ ଜାଣେ ଏହା ଫିଲ୍ମ ଇଣ୍ଡଷ୍ଟ୍ରିର କାହାଠାରୁ ଆସିଛି | ମୁଁ ସେମାନଙ୍କୁ ଏହାର ଉପଯୁକ୍ତ ଉତ୍ତର ଦେବି | ସେହି ଲୋକମାନଙ୍କ ସପକ୍ଷରେ କାମ କରିବି ଯେଉଁମାନେ ମୋ କଷ୍ଟ ସମୟରେ ମୋ ପାଖରେ ଛିଡା ହୋଇଥିଲେ |









