Search
Close this search box.

ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

  1. ଭୁବନେଶ୍ୱର: ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ଭିତ୍ତିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି କରିବା, ଫି ବୃଦ୍ଧି ପ୍ରତ୍ୟାହାର, ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବୁଦ୍ଧିଜୀବିଙ୍କ ନେତୃତ୍ବରେ ଚାଲିଥିବା ନ୍ୟାୟ ସଂଗତ ଆନ୍ଦୋଳନ ପ୍ରତି ସଂହତି ଜ୍ଞାପନ କରିବା

ସହିତ ପଞ୍ଜାବୀ ବିଶ୍ବବିଦ୍ୟାଳୟକୁ ଋଣ ମୁକ୍ତ କରିବା ଓ ଆର୍ଥିକ ଅନୁଦାନ ପ୍ରଦାନ କରିବା ଦାବିରେ ଏବଂ ଏନସିଇଆରଟି ଦ୍ଵାରା ପ୍ରସ୍ତୁତ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ୍ୟ ପୁସ୍ତକରୁ ଅଗଣତାନ୍ତ୍ରିକ ଓ ମନଇଚ୍ଛା ଭାବେ ବିଭିନ୍ନ ବିଷୟକୁ ବାଦ ଦିଆଯିବା ପ୍ରତିବାଦରେ ଆଜି ଏଆଇଡିଏସଓ ସର୍ବଭାରତୀୟ କମିଟି ଆହ୍ୱାନ କ୍ରମେ ସମଗ୍ର ଦେଶରେ ଏଆଇଡିଏସଓ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

Rama Devi Higher Secondary school to shift from varsity campus | Bhubaneswar News - Times of India

ଏହି ଉପଲକ୍ଷେ ଏଆଇଡିଏସଓ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଆଇଡିଏସଓ ଭୁବନେଶ୍ୱର କମିଟିର ସଭାପତି ନସିମ ସରକାର, ସଂପାଦିକା ସ୍ବସ୍ତି ସଂଗୀତା ଦଳାଇ, ଉପସଭାପତି ଶପ୍ତର୍ଷୀନୀ ରାଉଳ, ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ସୁଚରିତା ଜେନା, ମେନକା ପେରାଇ ଏବଂ ସ୍ବୋମ୍ୟାଶ୍ରୀ ନାୟକ , ସାର୍ଥକ ରଥ, ତପସ୍ୱିନୀ ନାଏକ, ଅର୍ପିତା ଦେହୁରୀ , ସୋନାଲି ନାଏକ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ଦାବୀପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ପ୍ରଦାନ କରାଯାଇଛି।

Leave a Comment

Read More