ଆପଣମାନଙ୍କୁ ଆମର ଜନସ୍ୱର ନିୟୁଜ ପୋର୍ଟାଲକୁ ସ୍ୱାଗତ କରୁଛୁ ବନ୍ଧୁଗଣ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ମାଟିର ସାଂସ୍କୃତିକ ମହାମଞ୍ଚ କରଞ୍ଜିଆ ମହୋତ୍ସବ ଅନୁଷ୍ଠିତ ହେଉଛି। ଏହି ସାଂସ୍କୃତିକ ମଞ୍ଚର ଅଭିପ୍ରାୟ କରଞ୍ଜିଆ ଅଞ୍ଚଳର ଲୁକ୍କାୟିତ ପ୍ରତିଭାବାନ କଳାକାର ମାନଙ୍କୁ ନିମନ୍ତ୍ରିତ କଳାକାର ମାନଙ୍କ ସହ ସମ୍ପର୍କରେ ଆଣି କଳାର ଆଦାନ ପ୍ରଦାନ କରି ସେମାନଙ୍କ ପ୍ରତିଭାକୁ ସ୍ଵୀକୃତି ପ୍ରଦାନ କରିବା।

ଉଦଘାଟନ କାର୍ଯ୍ୟକ୍ରମର ସଭାପତିତ୍ୱ ମହୋତ୍ସବ ପରିଚାଳନା କମିଟିର ସଭାପତି ତଥା ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ମହାନ୍ତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ସ୍କିଲ ଡେଭଲପମେଣ୍ଟ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତିରଞ୍ଜନ ଘଡେ଼ଇ, ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ବକ୍ତା ଭାବେ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଜୁ ସେତୁ ବିଭାଗ ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପପି ପୃଷ୍ଟି ଯୋଗଦାନ କରିଥିଲେ।

କାର୍ଯ୍ୟ କାରୀ ସଭାପତି ଦିବ୍ୟ ପ୍ରସାଦ ସାହୁ ମଧ୍ୟ ସଭା ମଣ୍ଡନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କୁ କମିଟି ପକ୍ଷରୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପରେ ପରେ ଅତିଥି ଗଣ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଏବଂ ମାଲ୍ୟାର୍ପଣ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ।

ଅତିଥି ପରିଚୟ କମିଟି କୋଷାଧ୍ୟକ୍ଷ କର୍ଣ୍ଣାର୍ଜୁନ ସାହା ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ଏହି ମହୋତ୍ସବର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଅତିଥି ଗଣ ଏହି ଉପଯୁକ୍ତ ସମୟରେ ଏହି ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ଥିବା କାର୍ଯ୍ୟ ଗୁଡ଼ିକୁ ସମ୍ପନ୍ନ କରିବାକୁ ପ୍ରୟାସ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ବସନ୍ତ କୁମାର ରାଉତଙ୍କୁ ମାଟିର ମହକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟ କ୍ରମ ପରିଚାଳନା ନରୋତ୍ତମ ତନ୍ତି କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଡ୍ୟାନ୍ସ କ୍ଲବ ର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ॥
ଏହି ପୋଷ୍ଚଟି ପଢି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଚ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଚକୁ ଫ୍ରେଣ୍ଡ ସହିତ ସେୟାର କରିଦେବେ ।









