*ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ*
ନୂଆଦିଲ୍ଲୀ: ତା୧୭.୧୧. ରିଖ ; ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଶ୍ରୀ ନୀଳାଚଳ ସେବାସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ରବୀନ୍ଦ୍ରନାଥ ପ୍ରଧାନ ସର୍ବ ସମ୍ମତି କ୍ରମେ ପୁନର୍ବାର ସମ୍ପାଦକ ନିର୍ବାଚିତ ହୋଇଛନ୍ତି। କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ଶ୍ରୀ ପ୍ରଧାନ ଏହି ସମ୍ମାନସ୍ପଦ ପଦଭାର ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଘ୍ନେଶ୍ୱର ରାଉତ ନିର୍ଦ୍ୱନ୍ଦରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନୂତନ ଭାବେ ନିର୍ବାଚିତ ହୋଇଥିବା ତିନି ଉପ-ସଭାପତିଙ୍କ ମଧ୍ୟରେ ରବି ଶଙ୍କର ପାଣି, ଗଜେନ୍ଦ୍ର ପ୍ରସାଦ ସାମନ୍ତ ଏବଂ କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ରହିଛନ୍ତି। ଅଭୟ କୁମାର ପ୍ରଧାନ, ଅଶୋକ କୁମାର ପ୍ରଧାନ ଏବଂ ରଙ୍କନିଧି ସାହୁ ସଙ୍ଘର ନୂଆ ଯୁଗ୍ମ ସମ୍ପାଦକ ହେବେ। ପଙ୍କଜ ମହାନ୍ତି ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ପଦବୀରେ ବଜାୟ ରହିବେ। ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତାମାନେ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବେ।
ବରିଷ୍ଠ ଆଇନଜୀବୀ ଅବନୀ ସାହୁ ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ପରିଚାଳନା କରିଥିଲେ।
ନୂତନ ଭାବରେ ଗଠିତ ଷୋଳ ଜଣିଆ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କ ମଧ୍ୟରେ ଅଜୟ ପ୍ରଧାନ, ଅଭିରାମ ସୂତାର, ଅଶୋକ କୁମାର ପ୍ରଧାନ, ଅମୂଲ୍ୟ କୁମାର ଓଝା, ଦିଲ୍ଲୀପ କୁମାର ସ୍ୱାଇଁ , ନିଷିଦ୍ଧ କୁମାର ଦାସ, ବିଜୟ କୁମାର ସାହୁ, ଜିତେନ୍ଦ୍ର କୁମାର ମହାପାତ୍ର, ବିଧାନ ଜେନା, ଅଫିସର ରାଉତ, ସୂରଜ ନାୟକ, ପ୍ରଦୀପ ସ୍ୱାଇଁ, ଉପେନ୍ଦ୍ର ବେହେରା, ଦିଲ୍ଲୀପ କୁମାର ରାଉତ, ଗିରିଧାରୀ ମହାନ୍ତି ଏବଂ ସୁକାନ୍ତ କୁମାର ସାହୁ ପ୍ରମୁଖ ସ୍ଥାନ ପାଇଥିବା ଜଣାଯାଇଛି।









