Search
Close this search box.

EMRS ବହଳଦା ରେ ବନ ମହୋତ୍ସବ ପାଳନ

EMRS ବହଳଦା ରେ ବନ ମହୋତ୍ସବ ପାଳନ
(ବହଳଦା ) ତାରିଖ : 04/07/2025
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଅନ୍ତର୍ଗତ କାଦୁଆଣୀ ଗ୍ରାମରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଛି l
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ର ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝୀ ଏବଂ ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଜଲେନ ନାୟକ ଉପସ୍ଥିତ ହୋଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଉତ୍ସାହ ବର୍ଦ୍ଧନ କରିବା ସହିତ ମା ପାଇଁ ଗଛଟିଏ ବିଷୟ ର ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ l ଅନନ୍ୟ ଅତିଥି ଙ୍କ ମଧ୍ୟରେ ରାଇରଙ୍ଗପୁର ସମନ୍ୱିତ ଆଦିବାସୀ ଉନୟନ ସଂସ୍ଥା ର ଏଡିଡ୍ବ୍ଲୁଓ ଜ୍ଞାନେନ୍ଦ୍ର ସାମଲ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, ଏସିଏଫ ରଂଜନ କୁମାର ବେହେରା, ରେଜଂର ଜ୍ଯୋତିରଂଜନ ସେନାପତି ଏବଂ ବନ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ହୋଇଥିଲେ l ବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ବଳରାମ ବାରିକ ଙ୍କ ତତ୍ୱାବଧାନ ରେ କାଯ୍ୟକ୍ରମ ସ୍ୱଚାରୁ ରୂପେ ସମ୍ପାଦନ ହୋଇଥିଲା l ସଭା ଶେଷରେ ଅତିଥିମାନଙ୍କ ଦ୍ୱାରା ଚାରା ରୋପଣ ସହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷିକା ଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ଫଳନ୍ତି ବୁକ୍ଷ ସାଂସଦଙ୍କ ଦ୍ବାରା ଆମ୍ବ, ପଣସ, ଅଶ୍ବଥ ଓ ବିଧାୟକଙ୍କ ଦ୍ବାରା ଅଳାଁ, ଅଶୋକ, ଡାଳିମ୍ବ, ପିଜୁଳି ଚାରା ରୋପଣ କରାଯାଇଥିଲା l ଏଥିରେ ୧୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More