Search
Close this search box.

ସାରଙ୍ଗଡ଼ ଠାରେ ନୂତନ ବ୍ଲକ ଗଠନ ଦାବି ଜୋର୍ ଧରିଲା ଏଗାର ଗୋଟି ପଞ୍ଚାୟତ ବାସୀ ମିଳିତ ଜନସମାବେଶ

ସାରଙ୍ଗଡ଼ ଠାରେ ନୂତନ ବ୍ଲକ ଗଠନ ଦାବି ଜୋର୍ ଧରିଲା ଏଗାର ଗୋଟି ପଞ୍ଚାୟତ ବାସୀ ମିଳିତ ଜନସମାବେଶ

କନ୍ଧମାଳ ଜିଲ୍ଲା କ ନୂଆଗାଁ ସାରଙ୍ଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ଦାବି ଜୋର୍ ଧରିଥିବା ବେଳେ ଆଜି ସାରଙ୍ଗଡ଼ କୁଇ ସମାଜ ସଭାଗୃହ ଠାରେ ଏଗାର ଗୋଟି ପଞ୍ଚାୟତର ନେତୃବୃନ୍ଦ ଓ ଜନସାଧାରଣ ଏକାଠି ହୋଇଥିଲେ ଆବାହକ ଲାମ୍ବରା ପ୍ରଧାନ ସହଦେବ ପାତ୍ର ଓ ଦୀନବନ୍ଧୁ ପ୍ରଧାନଙ୍କ ନେତୃତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ବୈଠକରେ ସାରଙ୍ଗଡ଼ ସରପଞ୍ଚ ବରୁଣ କହଁର ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ ଜିରିଡ଼ିକିଆ ସରପଞ୍ଚ ରାଜକୁମାରୀ ପ୍ରଧାନ ଚାଞ୍ଚେଡ଼ି ପଞ୍ଚାୟତର ସରପଞ୍ଚ ଦେବସ୍ମୀତା ପ୍ରଧାନ ଗାନ୍ଦ୍ରିଗାଁ ପଞ୍ଚାୟତର ସରପଞ୍ଚ ମନୀଷା ପ୍ରଧାନ ଓ ପଡ଼ୋଶୀ ପାଡାଙ୍ଗି ସମିତି ସଭ୍ୟା ତପସ୍ଵିନୀ ବେହେରାଙ୍କ ସମେତ ଗୁଟିଙ୍ଗିଆ ବନ୍ଧଗଡ଼ କେଳାପଡ଼ା ତଳ ଦଣ୍ଡିକିଆ ଏଗାର ଗୋଟି ପଞ୍ଚାୟତର ବୁଦ୍ଧିଜୀବୀ ଓ ରାଜନୈତିକ ନେତୃବୃନ୍ଦ ସାମାଜିକ ସଂଗଠନ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେଇଥିଲେ ସାରଙ୍ଗଡ଼ ଠାରେ ନୂତନ ବ୍ଲକ ଗଠନ ନିମନ୍ତେ ସହମତି ପ୍ରକାଶ କରୁଥିବା ସମସ୍ତ ପଞ୍ଚାୟତ ବ୍ଲକ ଠାରୁ ଦୂରତା ପାଖାପାଖି ଚାଳିଶ ରୁ ପଚାଶ କିମି ଅଧିକ ଗରୀବ ନିରୀହ ଜନସାଧାରଣ ବ୍ଲକ କାର୍ଯ୍ୟ ନିମନ୍ତେ ବହୁତ ଅସୁବିଧା ଖର୍ଚ୍ଚାନ୍ତ ହେବା ସହ ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ ମହିଳା ଓ ପୁରୁଷ ବ୍ଲକ କାର୍ଯ୍ଯାଳୟକୁ ଯାଇ ପାରୁନାହାନ୍ତି ସାରଙ୍ଗଡ଼ ଠାରେ ବ୍ଲକ ସ୍ଥାପନ ହେଲେ ସମସ୍ତ ପଞ୍ଚାୟତ ବାସୀ ଅତି ପାଖରେ ସମସ୍ତ ପ୍ରକାର ସୁବିଧା ପାଇପାରିବେ ଏଣୁ ସାରଙ୍ଗଡ଼ ଠାରେ ବ୍ଲକ ଗଠନ ନିମନ୍ତେ ଉପସ୍ଥିତ ରହି ନିଜ ନିଜର ବ୍ଲକ ଗଠନର ମତ ପ୍ରକାଶ କରିଥିଲେ ବୈଠକରେ ପୂର୍ବତନ ସରପଞ୍ଚ ପୁରସ୍ତମ ସାହୁ ଡମ୍ବରୁଧର ପାତ୍ର ଠାକୁର ବିଷୋୟୀ ପୂର୍ବତନ ସମିତି ସଭ୍ୟ ଜୟସେନ ପୂଜାରୀ ସୁଧୀର କୁମାର ସାହୁ ବିସିକେସନ ନିରାକାର ପ୍ରଧାନ ପ୍ରଧାନ ବିଜୟ ପ୍ରଧାନ ଗୋପିନାଥ ଦଳବେହେରା ବାସୁଦେବ ବିଷୋୟୀ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ ଆବାହକ ମୁଖ୍ୟ ସହଦେବ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାରଙ୍ଗଡ଼ ଠାରେ ବ୍ଲକ ସ୍ଥାପନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବା ସହ ଏହି ସଂଗ୍ରାମ ଜାରି ରହିବ ବୋଲି ଆବାହକ ମଣ୍ଡଳୀ ପ୍ରକାଶ କରିଛନ୍ତି

Leave a Comment

Read More