ବଡଚଣା ଅଞ୍ଚଳରେ ଦାନା ଯୋଗୁ ଧାନ ଫସଲ ନଷ୍ଟ
ବାଲିଚନ୍ଦ୍ରପୁର ୨୯/୧୦=ବାତ୍ୟା ଦାନା ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଦର୍ପଣ ତହସିଲ ଅଧିନ ବଡଚଣା ବ୍ଲକ ଅଞ୍ଚଳର ଧାନ ଚାଷ ବେଶ ପ୍ରଭାବିତ ହୋଇଛି। ଏହି ବ୍ଲକର ଶାଳପଡ଼ା, ସମିଆ, ପାରିବା କାଇମାଟିଆ, ବୈରି, ସୋଲର, ଛତିଆ ନେଲିଆ, ଚମ୍ପାପୁର, ବନ୍ତଳା, ବନ୍ଦାଲ, ବଡଘୁମୁରି, ସିହା, ଅଣକା, କୁନ୍ଦଳ, ବାଲିଚନ୍ଦ୍ରପୁର, ମାଣ୍ଡୁକା, ପଲେଇ, ବିକ୍ରମତିରଣ, ବରଦା, ବାଲିପଡିଆ, କୋଲଣଗିରି, ରଇପୁର, ସାଉଡିଆ, ବରପଦା, ପ୍ରଭୃତି ପଞ୍ଚାୟତ ର ବହୁ ଚାଷ ଜମି ରେ ପାଣି ଜମି ରହିବା ଯୋଗୁଁ ଫସଲ ନଷ୍ଟ ହୋଇଛି। ଧାନର ଥୋଡ ସମୟ ହୋଇଥିବା ଯୋଗୁଁ ପବନ ବର୍ଷା ରେ ଗଛ ଶୋଇ ପଡିଛି। ଫଳରେ ଧାନ ର ଅମଳ ପରିମାଣ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି। ଆହୁରିମଧ୍ୟ ରବି ଫସଲ ବିଶେଷ ପ୍ରଭାବିତ ହୋଇଛି।ସରକାର ଙ୍କ ପକ୍ଷରୁ ତୁରନ୍ତ ତଦନ୍ତ ପୂର୍ବକ କ୍ଷତି ଆକଳନ କରି ବାକୁ ଚାଷି ମାନେ ଦାବି କରିଛନ୍ତି।









