Search
Close this search box.

ଜିଲ୍ଲା ସ୍ତରୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନୂୟ ପରିଷଦର 2024 ସମ୍ମିଳନୀ ଅନୁଷ୍ଟିତ..

କନ୍ଧମାଳ : ଜିଲ୍ଲା ସ୍ତରୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନୂୟ ପରିଷଦର 2024 ସମ୍ମିଳନୀ ଅନୁଷ୍ଟିତ..

କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଗାନ୍ଧୀ ସ୍ମୃତି ଭବନ ଠାରେ ସମିତିର ସଭାପତି ଶ୍ରୀ ସୁଜନ ବେହେରା ,ଉପସଭାପତି ଶ୍ରୀ ସୁର ପ୍ରସାଦ ନାୟକ , ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ବୈଠକ ଅନୁଷ୍ଟିତ ହେଇଯାଇଛି l ଏ ଠାରେ କନ୍ଧମାଳ ଜିଲ୍ଲାର ମାନ୍ୟଗଣ୍ୟ ବିକ୍ତି ବିଶେଷ ମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ,ଜି, ସାମ୍ନାନିତ ଅତିଥିଭାବେ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, କନ୍ଧମାଳ ଜିଲ୍ଲା ଆଦିବାସୀ ସମନୟ ସମିତିର ସଂପାଦକ ଯଥା ଆଇନଜୀବୀ ଲମ୍ବଦର୍ କହଁର ବିଶିଷ୍ଟ ସମାଜ ସେବୀ ତଥା ଆଇନଜୀବୀ, ସତ୍ୟନାରାୟଣ ବେହେରା ଓ ଦୟାନିଧି ମଲିକ, କାର୍ଯ୍ୟ କାରି ସଭାପତି ସୁର ପ୍ରସାଦ ନାୟକ,ରାଜ୍ୟ ସଞ୍ଜଜୋକ ଭ୍ରମର ବେହେରା, ବନ ବିହାରୀ ହରିପାଲ ତୁମୁଡ଼ିବନ୍ଧ (ବି, ଡି, ଓ), ମୁକ୍ଷ୍ୟ ବକ୍ତା ଏସ, ଗିରିଧର(ରାଜ୍ୟ ସମ୍ପାଦକ ନିଯୁକ୍ତି), ଯୋଗଦେଇଥିଲେ । ସଭାପତି ଶ୍ରୀ ବେହେରା ସ୍ବାଗତ ଭାଷଣ ଦେଇ ଜୟ ଭୀମ, ଜୟବିର୍ଷ। ନାରାଦେଇ ଭାଷଣରେ କହି ଏହି ସମିତି ଜାତୀୟ ସ୍ତରରେ ୧୯୯୨ ମସିହାରୁ ହୋଇଥିବା କଥା କହିଥିଲେ l ନିମନ୍ତ୍ରିତ ଦୟାନିଧି ମଲିକ ସ୍ବର୍ଗତ ବାବା ସାହେବ୍ ଦଳିତ ମାନଙ୍କ ପାଇଁ କରାଯାଉଥିବା ସମସ୍ତ ସାମ୍ବିଧାନିକ ନିୟମର ପୁନରାବୃତ୍ତି କରି ସମ୍ବିଧାନରେ ୩୯୫ ଆର୍ଟି କିଲ୍ ଥିବା ସତେ ଦଳିତ ମାନଙ୍କ ପାଇଁ ୪୪ ତି ଆର୍ଟି କିଲ୍ ସଂରକ୍ଷଣ ଥିବା କହିଥିଲେ l ସମୁଦାୟ ଭାରତ ବର୍ଷ ରେ ଦଳିତ ମାନଙ୍କ ସଂକ୍ଷ୍ୟ। ଯଥା – ଓ, ବି, ସି ୫୨ ପ୍ରତି ଶତ, ଅନୁସୂଚିତ ଜାତି ୧୬ ପ୍ରତିଶତ, ଆଦିବାସୀ ୭ ପ୍ରତିଶତ ଭାରତରେ ଥିବା ସତ୍ୱେ ମାତ୍ର ୩,୫ ପ୍ରତିଶତ ସଂକ୍ଷ୍ୟ। ଥିବା ସବର୍ଣ୍ଣ ଜାତି ଲୋକ କିପରି ଦେଶରେ ଅଧିକ ସୁବିଧା ପାଉଛନ୍ତି ତାହା କହିଥିଲେ l ବାବା ସାହେବ୍ କରିଥିବା ସମ୍ବିଧ।ନରେ ଆର୍ଟି କିଲ୍ ୩୩୦,୩୩୧ ରେ ଦଳିତ ମାନଙ୍କ ପାଇଁ ଯେଉଁ ସବୁ ସୁବିଧା ଅଛି , ତାହା ସବୁ ନଷ୍ଟ କରି ଏହି ଅଧିକାର ରୁ ଦଳିତ ମାନଙ୍କୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ ଚାଲିଥିବା କହିଛନ୍ତି । ଏସ ଗିରିଧର ସବୁ ଘରେ ଯେପରି ଓଡ଼ିଆ ଧର୍ମ ଗ୍ରନ୍ଥ, ଗୀତ।, ଭାଗବତ, ଲକ୍ଷ୍ମୀ ପୁରାଣ ରହିଅଛି ।ସେମିତି ସମସ୍ତ ପରିବାରରେ ସମ୍ବିଧାନ ରହିବା ନିହାତି ଜରୁରୀ ବଲି କହିଥିଲେ । ନିମନ୍ତ୍ରିତ ବିଧାୟକ ଗଣ ସମସ୍ତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ମାନେ ବିଭିନ୍ନ ଶ୍ରେଣୀରେ ଭାଗ ନହେଇ ମିଳିମିଶି ଆମମାନଙ୍କ ପାଇଁ ଥିବା ସୁବିଧା ପାଇଁ ସଙ୍ଘର୍ଷ କରିବା କଥା । ବାବା ସାହେବ୍ କହିଥିବା, ଶିକ୍ଷିତ ହେବା, ସଂଘଟିତ ହେବା ଓ ସଂଘର୍ଷ କରିବା ଏହି ସବୁ ବାର୍ତ୍ତା ନିମନ୍ତ୍ରିତ ଅତିଥି ଶ୍ରୀ ସତ୍ୟ ନାରାୟଣ ବେହେରା କହିଥିଲେ l ଏହି ସମ୍ମିଳନୀ ରେ ଖଜୁରୀପଡ଼ା ବିଇଓ, ଫୁଲବାଣୀ ବିଇଓ, ଟିକାବାଲି ବିଇଓ ଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ଥିବା ସମସ୍ତ ବ୍ଲକ୍ ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ର ସମସ୍ତ ବିଭାଗର କର୍ମଚାରୀ ମାନେ ଯୋଗଦେଇଥିଲେ l ସଂଘର ସଭାପତି ଶ୍ରୀ ବେହେରା ଚାକିରି କ୍ଷେତ୍ରରେ ଆମ କର୍ମଚାରି ମାନଙ୍କୁ କିପରି ଭାବରେ ଅଣ ଦେଖା କରାଯାଉଛି ତାହା ବର୍ଣ୍ଣନା କରିଥିଲେ l ତେଣୁ ସମସ୍ତ ଚାକିରିଆ କର୍ମଚାରୀ ମାନେ ଏକତ୍ରିତ ହଇ ଆମପାଇଁ ଯେଉଁ ମାନେ ଲଢୁ ଛନ୍ତି ସେମାନଙ୍କୁ ପରଦା ପଛାରେଥ।ଇ ସାହାଯ୍ୟ କରିବ। କଥା ଗଣମାଧ୍ୟମକୁ କହିଥିଲେ । କନ୍ଧମାଳ ମାଟିର ଦୁଇ ଓ ଏ ଏସ୍ କୃତିକାର୍ଯ୍ୟ ହେଇଥିବା ମେଧାବୀ ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଜରିଆରେ ପୁଷ୍ପଗୋଚ୍ଛ ଉପ ଢଙ୍କନ ଦେଇ ସମ୍ନାନିତ କରିଥିଲେ l ଶେଷରେ ଶ୍ରୀ କୈଳାଶ କାଂହର ଜିଲ୍ଲା ସଂଗଠକ ସମ୍ପଦ।କ ସମସ୍ତକୁ ଧନ୍ୟ ବାଦ ଜ୍ଞାପନ କରିବା ସହିତ ବାବାଙ୍କ ନିୟମ ଯଥା, ଶିକ୍ଷିତ, ହେବା,ସଂଘଟିତ ବେବ। ଓ ସଂଘର୍ଷ କରି ସମସ୍ତ କ୍ଷେତ୍ର ରେ ଦଳିତ ମାନଙ୍କୁ ଅ।ଗରେ ରଖିବା ଓ ସମସ୍ତ ସୁବିଧା ସହଯୋଗ କରିବା କହି ସଭା ସାଙ୍ଗ କରିଥିଲେ ।

Leave a Comment

Read More