*ସାହସପୁର କଲେଜରେ ସମ୍ବର୍ଦ୍ଧନା ସମାରୋହ ।*
ବାଲିଚନ୍ଦ୍ରପୁର 22/10 ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁରସ୍ଥ ସାହସପୁର କଲେଜର ପରିସରରେ ନବ ନିର୍ବାଚିତ୍ତ ବିଦାୟକ ଅମର ନାୟକଙ୍କ ପ୍ରଥମକରି କଲେଜ ପରିଦର୍ଶନ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସମାରୋହ କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ମହେଶ୍ୱର ଜେନା ଅଧ୍ୟକ୍ଷତରେ ଗତକାଲି ଅନୁଷ୍ଠିତ ହୋଇଛି | ପ୍ରଥମେ ଅଧ୍ୟାପିକା ଗାୟତ୍ରୀ ଶତପଥୀ ଜଗନ୍ନାଥଙ୍କ ଶ୍ଳୋକ ପାଠ କରିଥିଲେ | ଏହି ସମ୍ବର୍ଦ୍ଦନା ସମାରୋହରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଆମର ନାୟକ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ସମୁଖରେ ପ୍ରଦୀପ ପ୍ରଜ୍ୱଳନକରି ଅନୁସ୍ତ୍ନିକ ଭାବେ ସମାରୋହକୁ ଉଦଘାଟନ କରିଥିଲେ | ସମ୍ବର୍ଦ୍ଧନାର ଉତ୍ତରରେ ବିଧାୟକ ଶ୍ରୀ ନାୟକ ଯୋଗଦେଇ ବାଲିଚନ୍ଦ୍ରପୁର ହେଉଛି ମୋର ଜନ୍ମ ମାଟି ଏହା ସହିତ ମୋର ଭାଗବତ ସଂପର୍କ ରହିଛି | କଲେଜରୁ 47ବର୍ଷ ବିତିଗଲାଣି କଲେଜ ଯେଉଁ ସ୍ଥାନରେ ପହଞ୍ଚିବାକଥା ବାହୁଟଳକୁ ଯାଇଛି |ଏହି ପାଞ୍ଚବର୍ଷରେ କଲେଜର ବହୁ ପ୍ରଗତି ସାଧିତ ହୋଇ କଲେଜର ରୂପରେଖରେ ବହୁ ପରିବର୍ତନ ଘଟିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ବାଲିଚନ୍ଦ୍ରପୁର ସରପଂଚ ଶ୍ରୀମତୀ ଅନୁପମ ବଳ ,ସ୍ୱାଗତ ଅଭିଭାଷଣ ପ୍ରଦାନ ଦେଇଥିଲେ କଲେଜର ଅଧକ୍ଷ ଶ୍ୟାମସୁନ୍ଦର ପଲାଇ ପ୍ରାରମ୍ଭିକ ସୂଚନା ଦେଇଥିଲେ | ସଂଗ୍ରାମକିଶୋରେ ପରିଡା ,କଲେଜ ସମସ୍ୟା ସମ୍ପର୍କିତ ସ୍ମାରକପତ୍ର ପାଠ କରିଥିଲେ ,ଅଧ୍ୟାପକ ସଞ୍ଜୟ କୁମାର ସହୂ | ଏହାପରେ କଲେଜର ବିଭିନ୍ନ ବିଭାଗ ପକ୍ଷରୁ କିଶୋର ଚନ୍ଦ୍ର ହେମ୍ରମ ,ସଞ୍ଜୟ କୁମାର ମଲ୍ଲିକ , କାହ୍ନୁ ଚରଣ ଜେନା ,ଅଶୋକ କୁମାର ମାଲିକ , ବିଶ୍ୱତୋଷ ନାୟକ ,ହୀରଣମଇ ସାମଲ , ଡ଼ଃ . ମିଳନ କିଶୋର ଜେନା ,କ୍ଷିତୀଶ ଚନ୍ଦ୍ର ଲେଙ୍କା ,ନିଶିତ କୁମାର ସାମନ୍ତରାୟ , ଲୋପାମୁଦ୍ରା ପଟ୍ଟନାୟକ ,ଆଶିଷ କୁମାର ମହାପାତ୍ର , ହରପ୍ରିୟା ମଙ୍ଗରାଜ , ପି.ଟି . ତୃପ୍ତି କଲେଜ କାର୍ଯ୍ୟାଳୟର ମୁଖ୍ୟ ସହାୟକ ପି.ବି. ଏସ ପୃଷ୍ଟି , ପ୍ରବିତ୍ର ବିଶ୍ୱାଳ , ପ୍ରଶାନ୍ତ କୁମାର ସାମଲ , ସରୋଜ କୁମାର ସାମଲ , ଡ଼ଃ ନିରୁପମା ବେହୁରା ,ବିଶ୍ୱଶ୍ରୀ ମହାନ୍ତି ,କାମିନିପ୍ରଭା ମାଝୀ , ଲଷ୍ମୀପ୍ରିୟା ମହାପାତ୍ର , ଇତିଶ୍ରୀ ମହାନ୍ତି ,ଦୁର୍ଗାପ୍ରସାଦ ପରିଜା ,ଭୁବନମୋହିନୀ ସାମଲ ,ପ୍ରଗତି ମହାନ୍ତି ,ରାଜଲକ୍ଷ୍ମୀ ସାହୁ ,ଜୟଶ୍ରୀ ବିଶ୍ୱାଳ ପ୍ରମୁଖ ସ୍ୱତନ୍ତ୍ର ଭାବେ ପୁଷ୍ପ ଗୁଚ୍ଛ ଏବଂ ବସ୍ତ୍ର ଓ ଉପହାର ପ୍ରଦାନ କରାଯାଇ ମାନ୍ୟବର ବିଧାୟକ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିରାଟ ପଟ୍ଟୁଆରରେ ଛାତ୍ର ଛାତ୍ରୀମାନେ ବାଜା ବାଣ ରୋଷଣୀ ସହ ପୁଷ୍ପ ବୃଷ୍ଟିକରି କଲେଜ ପରିସରକୁ ପାଛୋଟି ଆଣିଥିଲେ | କଲେଜ ପରିସରରେ ଛାତ୍ର ସାଧାରଣ କକ୍ଷ ନିର୍ମାଣପାଇଁ ମୁଖ୍ୟଅତିଥି ଅମର କୁମାର ନାୟକ କରକମଳରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ | ଏହି କାର୍ଯ୍ୟକ୍ରମରେ ପୂଜକ ବୀରକିଶୋର ଦାସ ମନ୍ତ୍ରପାଠ କରିଥିଲେ |ପରିଚାଳନା କମିଟି ସଦସ୍ୟା କାଞ୍ଚନବାଳI ପରିଡା ,ତପନ ରାଉତ ରାୟ , ପ୍ରତ୍ୟୁସ କୁମାର ସାହୁ,ଅମୁଲ୍ୟ ଜେନା , ସତ୍ୟାନଦ ନାୟକ , ଯୁବନେତା ଅମୀୟ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ |ଶେଷରେ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଦୀପୁନ ପୁହାଣ ।









