Search
Close this search box.

ଦୁର୍ଗାପୂଜା ପାଇଁ ରାଇରଙ୍ଗପୁର ସହର ଉତ୍ସବମୁଖର

ଦୁର୍ଗାପୂଜା ପାଇଁ ରାଇରଙ୍ଗପୁର ସହର ଉତ୍ସବମୁଖର ଆଙ୍କର ବେଦମନ୍ତ୍ର ଧ୍ବନିରେ କମ୍ପି ଉଠୁଛି , ମା ଦୁର୍ଗାଙ୍କ ଆସ୍ଥାନ | ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ମା ଦୁର୍ଗା ଧରାତରଣ କରିଛନ୍ତି | ଭକ୍ତମାନଙ୍କୁ ଆଶିଷ ଦେଉଥିବା ବେଳେ ପାପୀତାପୀମାନଙ୍କୁ ବିନାଷ କରୁଛନ୍ତି | କୁହାଯାଏ ଯେତେବେଳେ ଧର୍ମ ର ବିନାଷ ହୁଏ ଓ ପାପ ଭାର ବଢେ , ସେତେବେଳେ ଏ ଧାମରେ ଦୁର୍ଗତିନାଶିନୀ ମା ଦୁର୍ଗା ଆବିଭାର୍ବ ହୋଇଥାନ୍ତି | ସେ ମଙ୍ଗଳମୟ, ଭକ୍ତିମୟ ଓ ଶ୍ରଦ୍ଧାର ଦେବୀ ଅଟନ୍ତି | ମାଦୁର୍ଗାଙ୍କ ପୂଜାଆରଧନାରେ ସାରାଭାରତବର୍ଷ ଆଜି ଧୁମଧାମ ଓ ସାଜସଜ୍ଯାରେ ଶୋଭାମୟ ପରିଦୁଶ୍ଯମାନ ହେଉଛି | ଏହି ପରିପ୍ରେକ୍ଷୀରେ ରଇରଙ୍ଗପୁର ସହରରେ ଭକ୍ତବୁନ୍ଦ ପ୍ରବଳ ଉତ୍ସାହରେ ପୂଜାଆରଧନା କରିଥାନ୍ତି | ଗତ ୯ ତାରିଖ ଷଷ୍ଠୀରେ ବିଲ୍ଲ୍ବ ବରଣ , ୧୦ ତାରିଖ ସପ୍ତମୀ ପୂଜା ଏବଂ ଘଟ ଯାତ୍ରା , ୧୧ ତାରିଖ ମହାଷ୍ଠମୀ ପୂଜା ଓ ମହାନବମୀ ପୂଜା ଓ ୧୨ ତାରିଖ ବିଜୟାଦଶମୀ, ଅପରାଜିତା ପୂଜା ଓ ଘଟ ବିସର୍ଜନ | ପରେ ମହା ହର୍ଷଉଲ୍ଲାସରେ ମା ଦୁର୍ଗାଙ୍କର ଭସାଣୀ ଯାତ୍ରା ହୋଇଥାଏ | ରାଇରଙ୍ଗପୁର ସହର ଅଧିନସ୍ତ ଭରଣ୍ଡିଆରେ ଥିବା ଦୁର୍ଗାମନ୍ଦିରରେ ମାଙ୍କ ପୂଜା ବେଶ ମଧୁମୟ ହୋଇଥିଲା | ରାଇରଙ୍ଗପୁର ରେ ବିଶେଷ କରି ବଜାର ଡ୍ରେଲି ମ୍ଯାକେର୍ଟ, କୁଇେଇବୁଢୀ, ପୁରୁଣାଘାଟୀ, ସାକିଲାଡିହି, ଇଚିଣ୍ଡା ଓ ଅଳାଁଡୁବା ଠାରେ ଭକ୍ତଗଣ ମହାଆନନ୍ଦରେ ପୂଜାର୍ଚ୍ଚନା କରିଥାନ୍ତି | ଲୋକମାନଙ୍କ ମନୋରଞ୍ଜନ ପାଇଁ କେଉଁଠି ରେକର୍ଡ ଡ୍ଯାନସ, ଯାତ୍ରା, ମେଲୋଡି ତଥା ନୁତ୍ଯ ପ୍ରତିଯୋଗିତା ଦୁର୍ଗାପୂଜା କମିଟୀ ପକ୍ଷରୁ ଅନୁଷ୍ଠିତ ହୋଇଥାଏ | ଭକ୍ତ ମାନଙ୍କ ନିମନ୍ତେ କମିଟୀ ତରଫରୁ ଅନ୍ନ ପ୍ରସାଦ ବ୍ଯବସ୍ଥା କରାଯାଇଥାଏ | ଏହି ଭବ୍ଯ ପୂଜାପାର୍ବଣରେ ଦୁର୍ଗାପୂଜା କମିଟୀର ସମସ୍ତ ସଦସ୍ଯ ଗଣ ସକ୍ରିୟ ସହଯୋଗ କରିଥାନ୍ତି | ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ଡେକୋରେସନରେ ରାଇରଙ୍ଗପୁର ସହର ମନଲୋଭ୍ଯ ଦେଖାଯାଉଛି | ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More