Search
Close this search box.

ମାଆ ର ଉପମା ପାଇଁ ଶବ୍ଦ କୋଶରେ ଶବ୍ଦ ନାହିଁ

ମାଆ ର ଉପମା ପାଇଁ ଶବ୍ଦ କୋଶରେ ଶବ୍ଦ ନାହିଁ
ବାଲିଚନ୍ଦ୍ରପୁର ତା ୮/୧୦=ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପ୍ରେସକ୍ଲବ ବାଲିଚନ୍ଦ୍ରପୁର ପରିସରରେ ସ୍ବର୍ଗତା ଚାରୁଲତା ଦେବୀ ଙ୍କ ପ୍ରଥମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଐତିହାସିକ ତଥା ବୌଦ୍ଧ ଗବେଷକ ଡଃ ହରିଶ ଚନ୍ଦ୍ର ପୃଷ୍ଟି ଯୋଗ ଦେଇ ଚାରୁଲତା ଦେବୀ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ ପୂର୍ବକ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ କୁ ଉଦଘାଟନ କରି କହିଲେ ଯେ ମାଆ ଏକ ଏଭଳି ବ୍ଯକ୍ତିତ୍ବ ଯାହା ର ଉପମା ପାଇଁ ଶବ୍ଦ କୋଶରେ ସ୍ଥାନିତ ଶବ୍ଦ ମଧ୍ୟ କମ୍ ପଡିବ। ମାଆ ତାର ସେନେହ ଡୋରିରେ କେବଳ ନିଜର ଜନ୍ମିତ ସନ୍ତାନ କାହିଁକି ଦୁନିଆର ସମସ୍ତ ଙ୍କୁ ବାନ୍ଧି ରଖିବାରେ ସମର୍ଥ। ଯେଉଁଥି ପାଇଁ ମାଆ ର ସ୍ଥାନ ସମସ୍ତ ଦେବା ଦେବି ଠାରୁ ଉପରେ ବୋଲି ଧର୍ମୀୟ ଚେତନା ରେ ସ୍ଥାନିତ ହୋଇଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡଃ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଲେ ଯେ ମମତାମୟୀ ମାଆ ହେଉଛନ୍ତି ପରିବାର ର ସମସ୍ତ ସଦସ୍ଯ ଙ୍କ ଅଳି ଅର୍ଦ୍ଦଳି କୁ ସହ୍ୟ କରି ଆଖିରୁ ଝରିପଡୁଥିବା ଲୁହ କୁ ପିଇ ପରିବାର କୁ ଆଗକୁ ବଢାଇ ନେବାର ରାସ୍ତା ନିର୍ମାଣ କରିଥାଏ। ଅନ୍ୟ ତମ ସମ୍ମାନିତ ଅତିଥି ତଥା ମାହାଙ୍ଗା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା ସ୍ବତନ୍ତ୍ର ନୈବେଦ୍ୟ ଅର୍ପଣ କରି ମାଆ ଗଙ୍ଗା ଭଳି ପବିତ୍ର ଓ ଧରଣୀ ପରି ସର୍ବଂସହା ବୋଲି ଅଭିହିତ କରିଥିଲେ। ମୂଖ୍ୟ ବକ୍ତା କବି ରୁଦ୍ରପ୍ରସନ୍ନ ସାମଲ ମାଆ ହେଉଛି ଆକାଶ ପରି ପରିବ୍ଯାପ୍ତ ଯାହା କୁ ମାପିବାର ଚେଷ୍ଟା କରିବା ଏକ ଧୃଷ୍ଟତା ବୋଲି କହିଥିଲେ। କବିତା ରେ ନୈବେଦ୍ୟ ଅର୍ପଣ କରିଥିଲେ କବି ଗିରିଜା ଶଙ୍କର ପୃଷ୍ଟି। ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ୍ତ ପୃଷ୍ଟି ସାମ୍ବାଦିକ ପ୍ରବାସ କୁମାର ଦାସ, ଉତ୍କଳ କେଶରୀ ସାମଲ, ଜ୍ଞାନ ରଞ୍ଜନ ପୃଷ୍ଟି, ଅଜୟ ଦାସ, ଆଲୋକ ପ୍ରଧାନ, ପ୍ରତାପ ସେନାପତି, ରାଜକିଶୋର ସ୍ବାଇଁ, ଯୋଗଦେଇ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭିକ ସୂଚନା ପରିଚୟ ପ୍ରଦାନ କରିଥିଲେ ତାଙ୍କର ପୁତ୍ର ସାମ୍ବାଦିକ ଏକାଦଶୀ ସେଠୀ। ଏକ ମିନିଟ ନିରବ ପ୍ରାର୍ଥନା ପରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରେସ କ୍ଲବ ସମ୍ପାଦକ ସାମ୍ବାଦିକ ପ୍ରଫୁଲ କୁମାର ପଣ୍ଡା।

Leave a Comment

Read More

Verified by MonsterInsights