Search
Close this search box.

ନକଲି ମଦ ଜବତ, ଜଣେ ଗିରଫ.

ନକଲି ମଦ ଜବତ, ଜଣେ ଗିରଫ ଆଙ୍କର ବାମନଘାଟୀ ଉପଖଣ୍ଡ ବିଶୋଇ ଥାନା ହିଜିଳି ଗ୍ରାମରୁ ୬୭.୧୦୫ ଲିଟିର ନକଲି ବିଦେଶୀ ମଦ ଜବତ କରି ଅବକାରୀ ଥାନାରେ କେସ ନଂ ୦୧/୨୪-୨୫ ରେ ଏକ ମାମଲା ରୁଜୁ କରିବା ସହିତ ନକଲି ମଦ ପ୍ରସ୍ତୁତ ଓ କାରବାରରେ ସମ୍ପୁକ୍ତ ହିଜିଳି ଗ୍ରାମର ଭାନୁ ପ୍ରତାପ ସାହୁଙ୍କୁ ଗିରଫ କରିଛି | ଭାନୁ ପ୍ରତାପ ନିଜ ଘରେ ପର୍ଯାପ୍ତ ପରିମାଣର ବିଦେଶୀ ନକଲି ମଦ ପ୍ରସ୍ତୁତ ଓ ବିକ୍ରି କରୁଥିବା ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା | ରାଇରଙ୍ଗପୁର ଡିଏସ୍ଇ ସୌମ୍ଯ ରଞ୍ଜନ ବେହେରାଙ୍କ ପରିଚାଳନାରେ ଅବକାରୀ ବିଭାଗର ଇନିସପେକ୍ଟର ବିନୟ ପ୍ରକାଶ ତିର୍କୀ, ରାଇରଙ୍ଗପୁର ଓଆଇସି ପ୍ରହ୍ଲାଦ ସାମଲ, ରାଇରଙ୍ଗପୁର ଏଏସ୍ଆଇ ସୁଧାଂଶୁ କୁମାର ସାହୁଙ୍କ ସମେତ ରାଇରଙ୍ଗପୁର ଓ ବିଶୋଇ ଅବକାରୀ ବିଭାଗ ମିଳିତ ଏକ ସ୍ବତନ୍ତ୍ର ଟିମ୍ ଭାନୁପ୍ରତାପଙ୍କ ଘରେ ଅତିର୍କିତ ଚଢାଉ କରାଯାଇଥିଲା | ଚଢାଉ ସମୟରେ ୬୭.୧୦୫ ଲିଟର ବିଦେଶୀ ମଦ, ୭ ଲିଟର ସ୍ପିରିଟ, ୫୬୭ଟି ନକଲି ଲେବୁଲ, ୨୪୪୪ ନକଲି କର୍କ, ୧୩୦ ଖାଲି ବୋତଲ ଓ ନକଲି ମଦ ରଖାଯାଇଥିବା ଏକ ବୋଲେରୋ ଗାଡିକୁ ଜବତ କରିବା ସହିତ ଅଭିଯୁକ୍ତ ଭାନୁପ୍ରତାପଙ୍କୁ ଗିରଫ କରାଯାଇ ରାଇରଙ୍ଗପୁର ଅବକାରୀ ଥାନାକୁ ଅଣାଯାଇଥିଲା | ସୂଚନାଯୋଗ୍ଯ, ଅସନା ଅଞ୍ଚଳରେ ପୂର୍ବରୁ ଭାନୁପ୍ରତାପଙ୍କ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ରହିଥିଲା | ଲାଇସେନ୍ସ ଅବଧି ଶେଷ ହୋଇଯିବା ପରେ ନିଜ ଘରେ ନକଲି ମଦ ପ୍ରସ୍ତୁତ କରି ବିକ୍ରୟ କରି ଆସୁଥିଲେ ବୋଲି ଓଆଇସି ପ୍ରହ୍ଲାଦ ସାମଲ ସୂଚନା ଦେଇଛନ୍ତି | ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Comment

Read More