ବିଗତ ସରକାରରେ ଯାଜପୁରର ବିକାଶ ନୁହେଁ ବିନାଶ ହୋଇଛି। ମୋହନ ମାଝି। ବାଲିଚନ୍ଦ୍ରପୁର ୨୯/୯। ବିଗତ ସରକାରରେ ସମଗ୍ର ଯାଜପୁର ଜିଲ୍ଲାରେ ବିକାଶ ନୁହେଁ ବିନାଶ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାର ଛତିଆ ଠାରେ ପହଞ୍ଚିବା ପରେ ଏକ ବାଇକି ରାଲୀ ରେ ବୁଢ଼ାକେନ୍ଦୁଆ ଠାରେ ପହଞ୍ଚି ସଭାରେ ଯୋଗଦେଇ ଏହି ପ୍ରସଙ୍ଗ କହିଥିଲେ। ବି ଜେ ପି ର ସଦସ୍ୟ ଗ୍ରହଣ କାର୍ଯକ୍ରମ ରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ ସବ୍ କା ସାଥ ସବ୍ କା ବିକାସ ନାରା ନେଇଥିବା ବେଳେ ହର୍ ହର୍ ମୋଦୀ ହର୍ ଘର୍ ମୋଦୀ ପ୍ରକମ୍ପିତ ହୋଇଥିଲା ସଭା ସ୍ଥଳ। ତେବେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ହୋଇଥିବାରୁ ବଡ଼ଚଣା ବ୍ଲକ ଅଧୀନ ବେଢ଼ାକେନ୍ଦୁଆ ଅଞ୍ଚଳ ଜନସମାଗମ ରେ ଚଳଚଞ୍ଚଳ ହୋଇପଡ଼ିଥିଲା। ଆଜି ବି ବଡ଼ଚଣାରେ ନଗଡାର ଚିତ୍ର ଦେଖିବାକୁ ମିଳିଛି। ବଡ଼ଚଣାର ବିକାଶ ବହୁଡୁରରେ ବୋଲି କହିବା ସହିତ ଉଦବେଗ ପ୍ରକାଶ କରିଥିଲେ। ସଭା କାର୍ଯ ସରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିବା ଲାଗି ମାଟିଆ ସାହିର ଜଗୁ ସିଂହ ଜାମୁଡା ଙ୍କ ଘରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ତାଳ ଗଛ ରୋପଣ କରିଥିଲେ। ପରେ ଜଗୁ ସିଂହଙ୍କ ଘରେ ପାରମ୍ପରିକ ଖାଦ୍ୟପେୟରେ ବ୍ୟବସ୍ଥା ହୋଇଥିବା ବେଳେ ଖାଦ୍ୟ ବହୁତ ସୁନ୍ଦର ହୋଇଥିବା କହିଥିଲେ। ଶ୍ରୀ ମାଝୀ ଘଟଣା ସ୍ଥଳରେ ଜାଜ ପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନିତ୍ ଅଗ୍ରୱାଲ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଦର୍ପଣ ତହସିଲଦାର, ବଡ଼ଚଣା ବି ଡି ଓ ଓ ଜିଲ୍ଲା ଓ ବ୍ଲକ ପ୍ରଶାସନ ପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ଶାନ୍ତି ଶୃଙ୍ଖଳା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ କାର୍ଯକ୍ରମ ଲାଗି କୃତଜ୍ଞତା ଜଣାଇଥିଲେ ସ୍ଥାନୀୟ ସରପଞ୍ଚ ବିଶ୍ଵ ବିଜୟ ବ୍ରହ୍ମ।











