Search
Close this search box.

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ
ବାଲିଚନ୍ଦ୍ରପୁର ୨୦/୯= ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଡଚଣା ବିଧାୟକ ଅମର କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ସହ ଶୈକ୍ଷିକ ପରିବେଶ ପାଇଁ ସମଗ୍ର ଭାରତବର୍ଷରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ। ଏହା ବ୍ୟତୀତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ଵାନ କ୍ରମେ ଅୟୋଜିତ ଆଜିର ଏହି ମନୋଜ୍ଞ ପରିବେଶ ରେ ଶିଶୁ ବିଦ୍ୟାମନ୍ଦିର ର ପରିଚାଳନା କମିଟି, ଗୁରୁଜୀ, ଗୁରୁମା ଛାତ୍ର ଛାତ୍ରୀ ଅଭିଭାବକ ମିଳିତ ଭାବେ ସଫଳ କରିଥିବା ରୁ ସମସ୍ତ ଙ୍କ ଊଦ୍ଦେଶ୍ୟ ରେ ସାଧୁବାଦ ଜଣାଇଥିଲେ। ସମ୍ପ୍ରତି ବର୍ତମାନର ବିଶ୍ବ ପରିବେଶ ମାନବ ସମାଜ ପାଇଁ ଏକ ଚିନ୍ତାର କାରଣ ହୋଇଥିଲା ବେଳେ ଅନୁଷ୍ଠାନ ର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଆହୁରି ମଧ୍ଯ ଆଜିର ଦିନରେ ଅନ୍ତତଃ ପକ୍ଷେ ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ଏହାର ଉପଯୁକ୍ତ ଯତ୍ନ ନେବା ପାଇଁ ଶପଥ କରିବା ର ସମୟ ଆସିଛି ଅଭିହିତ କରିଥିଲେ। ପରିଚାଳନା କମିଟି ର ମାର୍ଗ ଦର୍ଶକ ପ୍ରତାପ ଚନ୍ଦ୍ର ପରିଡା ଅନୁଷ୍ଠାନ ପକ୍ଷରୁ ବିଧାୟକ ମହୋଦୟ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରି ବିଦ୍ଯା ମନ୍ଦିର ର ସମସ୍ଯା ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଧାନ ଆଚାର୍ଯ୍ଯ ସତ୍ଯାନନ୍ଦ ପଣ୍ଡା ଯୋଗଦେଇ ମୂଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଲିଚନ୍ଦ୍ରପୁର ସରପଞ୍ଚ ଅନୁପମା ବଳ ସମ୍ପାଦକ ହିମାଂଶୁ ଶେଖର ବଳ ଯୋଗଦେଇ ମାଆ ଟିଏ ପାଇଁ ଗଛଟିଏ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ପରିଚାଳନା କମିଟି ର ସଭାପତି ଅଜିତ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମଞ୍ଚ ପରିଚାଳନା କରିଥିଲେ ସହ ପ୍ରଧାନ ଆଚାର୍ଯ୍ଯ ପ୍ରଶାନ୍ତ କୁମାର ରାଉତ। ପ୍ରାରମ୍ଭରେ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ଗତିକା ଓ ନୃତ୍ୟ ଛାତ୍ରୀ ଇତିସ୍ମିତା ବେହେରା ବିଶ୍ବରୂପା ପତି ଓ ସାଥି ମାନେ ପରିବେଷଣ କରିଥିଲେ। କାର୍ଯକ୍ରମ ର ଅନ୍ତିମ ପର୍ଯ୍ୟାୟରେ ବିଧାୟକ ବୃକ୍ଷ ରୋପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ମନୋରଞ୍ଜନ ମହାନ୍ତି, ମିନାକ୍ଷୀ ଭୂୟାଁ, ଶ୍ରୀପଦ ମହାନ୍ତି, କ୍ଷେତ୍ରବାସୀ ଜେନା, ଉପସଭାପତି ନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ନେତ୍ରାନନ୍ଦ ସିଂ, ସଙ୍କୁଳ ପ୍ରମୁଖ ସଂଗ୍ରାମ ପରିଡା ପ୍ରମୁଖ ସହଯୋଗ କରିଥିଲେ ବେଳେ ବିଦ୍ଯା ମନ୍ଦିର ର ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀ ଯୋଗ ଦେଇ କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ। ଶେଷରେ ସମବେତ ଭାବେ ବନ୍ଦେ ମାତରମ୍ ଗାନ କରାଯାଇ ସମାପନ କରାଯାଇଥିଲା।

Leave a Comment

Read More

Verified by MonsterInsights