Search
Close this search box.

ଜନ୍ମଦିନରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି…


କନ୍ଧମାଳ ଜିଲ୍ଲା ତଥା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି l ଭାରତର ପ୍ରଧାନମନ୍ତ୍ରୀ ମହୋଦୟ ଙ୍କୁ 17/09 / 2024 ରିଖରେ ୭୪ ବର୍ଷ ପୂରଣ ହେଇଥିବାରୁ ଜନ୍ମଦିନ ଅବସରରେ ଓଡ଼ିଶା ରାଜ୍ୟର ଭୁବନେଶ୍ୱର କୁ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି l ଏଥିପାଇଁ ରାଜଧାନୀର ଜନତା ମୈଦାନରେ ଭବ୍ୟ ଆୟୋଜନ ହୋଇଥିଲା l ଏହି ପରିପ୍ରେକ୍ଷୀରେ ସାରାରାଜ୍ୟ ତଥା କନ୍ଧମାଳ ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ୍ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ର ସମସ୍ତ ବ୍ଲକ୍ ରେ ସୁଭଦ୍ରା ଯୋଜନାରେ ମହିଳା ମାନେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଙ୍କ ସୁଭଦ୍ରା ଯୋଜନା ପାଇବା ଆଶାରେ ଅନେଇ ବସିଥିଲେ l ସେହିପରି ଖଜୁରୀପଡ଼ା ବ୍ଲକ୍ ରେ ପ୍ରଶାସନ ତରଫରୁ ଖଜୁରୀପଡ଼ା ସ୍କୁଲ ପଡିଆ ଠାରେ ଭବ୍ୟ ଆୟୋଜନ କରାଯାଇଥିଲା l
ଆକର୍ଷଣୀୟ ଷ୍ଟେଜ ସେଡ୍ କରାଯାଇଛି l ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବସିବାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୋଲିସ ପ୍ରଶାସନ ,ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉର୍ବଶୀ ଦିଗାଲ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏପିଡି ନରେଶ ନାୟକ,ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର,ବିଡ଼ିଓ ଜର୍ଜ ଡୁଙ୍ଗୁ ଡୁଙ୍ଗୁ , ସିଡ଼ିପୀଓ କ୍ରିଷ୍ଣା ବେହେରା , ଡିସଡବ୍ଲୁଓ ବିଜୟ ଲକ୍ଷ୍ମୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏବଂ ସୁଭଦ୍ରା ଯୋଜନା ମାଧ୍ୟମରେ କିପରି ଭାବେ ମହିଳା ମାନେ ସଶକ୍ତି କରଣ ହେବେ ଏବଂ ଏହି ଯୋଜନା ମାଧ୍ୟମରେ ମହିଳା ମାନେ କିପରି ଭାବେ ସ୍ବାବଲମ୍ବୀ ହେବେ ସେହି ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।ଉପସ୍ଥିତ ଅତିଥି,ମୁଖ୍ୟ ଅତିଥି ,ପୋଲିସ,ଅଗ୍ନିଶମ ବାହିନୀ,ଗଣମାଧ୍ୟମ ଏବଂ ମହିଳା ମାନ ଙ୍କୁ ସ୍ଵାଗତ ଜଣାଇ ବିଡ଼ିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ମଞ୍ଚ ପରିଚାଳନା ବିଏସଏସଓ, ମନୋଜ କୁମାର ସାହୁ, ଦିପ୍ତିମୟୀ ପ୍ରଧାନ କରିଥିଲେ l ୧୭ ସେପ୍ଟେମ୍ୱର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ବଚ୍ଛତା ଦିବସ ପାଳନ କରିବା ସହିତ ସ୍ବଚ୍ଛତା ସଂସ୍କାର ପାଇଁ ଶପଥ ଗ୍ରହଣ କରାଯାଇଥିଲା l ଏହି ଅବସରରେ ୧୦ ଜଣ ହିତାଧିକାରୀ ଙ୍କୁ ଆବାସ ଯୋଜନା ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୧୦ ଜଣ ହିତାଧିକାରୀ ଙ୍କୁ ଉପସ୍ଥିତ ଥିବା ସମିତି ସଭ୍ୟ,ସରପଞ୍ଚ ଏବଂ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ମାନଙ୍କ କରୋକୋମଳରେ ଗୃହ ପ୍ରବେଶ ପାଇଁ ଚାବି ପ୍ରଦାନ କରାଯାଇଛି l ତାପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼ କଣା ପ୍ରଧାନମନ୍ତ୍ରୀ ଯାଇଥିବା ଭିଡିଓ ପ୍ରଦର୍ଶନ କରାଯାଇଥିଲା l ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲେ l ଜନତା ମଇଦାନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିବା ଭିଡିଓ ପ୍ରଦର୍ଶନ କରାଯାଇଥିଲା l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ଉପ ମୁଖ୍ୟ ମନ୍ତ୍ରୀ,ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଇଥିଲେ l ଅନ୍ୟପଟେ ଖଜୁରୀପଡ଼ା ବ୍ଲକରେ ୧୭ ସେପ୍ଟେମ୍ବର ୨୦୨୪ ସୁଧା ୧୧୪୭୧ ଜଣ ସୁଭଦ୍ରା ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି ।ପ୍ରଧାନ ମନ୍ତ୍ରୀ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପରେ ମହିଳା ମାନଙ୍କ ବ୍ୟାଙ୍କ୍ ଖାତାକୁ ଡିବିଟି ମଧ୍ୟରେ ୫ ହଜାର ଲେଖାଏଁ ଟଙ୍କା ଆସିଥିବାରୁ ମହିଳା ମାନେ ଖୁସି ବ୍ୟକ୍ତ କରିଛନ୍ତି l ବର୍ଷକୁ ୨ ଟି କିସ୍ତି ମାଧ୍ୟମରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଏହି ଯୋଜନାରୁ ସିଧା ସଳଖ ଟଙ୍କା ପାଇ ମହିଳା ମାନେ କ୍ଷୁଦ୍ର ଶିଳ୍ପ କରି ବ୍ୟବସାୟ କରି ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଆଶା ରଖି ସୁଭଦ୍ରା ଯୋଜନା ରେ ପ୍ରଥମ କିସ୍ତି ରେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ର ନୂତନ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ସମସ୍ତ ହିତାଧିକାରୀ ମହିଳା ମାନେ ଧନ୍ୟବାଦ ଜଣେଇଛନ୍ତି l

Leave a Comment

Read More