କେନ୍ଦ୍ରପଡ଼ା ଜିଲ୍ଲା, ରାଜନଗର ବ୍ଲକ ଅନ୍ତର୍ଗତ ସାନ ବଡ଼ ଗୋପାଳପୁର ପଞ୍ଚାୟତ ରାସ୍ତାରେ ଗତ କାଲି ରାତି ୧୧:୩୦ ରେ ଏଚ୍ ପି ପେଟ୍ରୋଲ ⛽ ପମ୍ପ ସାମ୍ନା ରେ ଟ୍ରକ ଟି ଗୋଟେ ଗୋରୁ କୁ ସିଧା ପିଟିଥିଲା ଯାହା ଫଳରେ ଗୋରୁ ଟିର ବାମ ଗୋଡ଼ ମଧ୍ୟରୁ ଗୋଟେ ଗୋଡ଼ର ତଳି ଗୋଇଠି କଟି ଯାଇଥିଲା ଏହା ଖବର ପାଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ରାଜନଗର ପ୍ରଖଣ୍ଡ ର କାର୍ଯ୍ୟକର୍ତ୍ତା, ଜୀବନ ସେଠୀ (ପ୍ରଖଣ୍ଡ ସୁରକ୍ଷା ପ୍ରମୁଖ) ତୁଷାର ନାୟକ (ସାନ ବଡ଼ ଗୋପାଳପୁର ପଞ୍ଚାୟତ ସଂଯୋଜକ) ଏବଂ ପ୍ରଭାତ ରାଜା ବୁଲୁ ଓ ରଞ୍ଜନ ଭାଇ (ପଶୁ ଡକ୍ଟର) ଉକ୍ତ ଜାଗାରେ ପହଞ୍ଚି ଗୋରୁ ଟିର ସମ୍ପୂର୍ଣ୍ଣ ଭାବେ ଚିକିତ୍ସା କରି ଗୋରୁ କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଯେଉଁ ଟ୍ରକ ଟି ଧକା କରିଥିଲା ସେ ଟ୍ରକ ର ଏବେ ଯାଏ କୌଣସି ସୂଚନା ମିଳି ନାହିଁ ପାଖରେ ଥିବା ସିସିଟିଭି ଫୁଟେଜ ମଧ୍ୟରେ ତଦନ୍ତ ଜାରି ରହିଛି…










