Search
Close this search box.

ଜମି ପଟ୍ଟା ପ୍ରଦାନ ପାଇଁ ଦାବି

କନ୍ଧମାଳ ଜଲ୍ଲା ପାହାଡ଼ ପର୍ବତରେ ଘେରି ହୋଇ ରହିଥିବାରୁ ଏହି ଅଞ୍ଚଳରେ ଅଧିକାଂସ ମୂଳ ବାସିନ୍ଦା ନିହାତି ଗରିବ ଚାଷି ପରିବାର ସଦସ୍ୟ ହୋଇଥିବା ବେଳେ ସ୍ୱାଧିନତା ପୂର୍ବରୁ ଏହି ଅଞ୍ଚଳର ମୂଳ ବାସିନ୍ଦା ପୁର୍ବପୁରୁସାନିରୁ ଏଠାକାର ଜଙ୍ଗଲ ଭୂମି ଉପରେ ବହୁ କଷ୍ଟ କରି ପାହାଡ଼ ଜାତିୟ ଦୃବ୍ୟ କାନ୍ଦୁଳ,ଝୁଣୁଙ୍ଗ,ବିରି,କୁଳୁଥ,ଧାନ ଓ କୁଇରୀ ଚାଷ କରି ପାହାଡ଼ ଭୂମି ଉପରେ ନିର୍ଭର କରି ପ୍ରତିପୋଷଣ ହେଉଥିବାରୁ ପରିଶେଷରେ ପୁର୍ବତ୍ତନ ସରକାର ମଧ୍ୟ ଏହି ଜିଲ୍ଲା ସମେତ ଆଉ କିଛି ଜିଲ୍ଲାର ନିରିହ ମୂଳ ବାସିନ୍ଦା ମାନଙ୍କୁ ଉପଯୁକ୍ତ ନ୍ୟାୟ କରି ପୁର୍ବପୁରୁସାନି ଠାରୁ ଶାନ୍ତିଶୃଙ୍ଖଳାରେ ବସବାସ କରି ରହିଆସୁଥିବା ଭୂମି ଗୁଡ଼ିକ ଚିହ୍ନଟ କରି ଜଙ୍ଗଲ ଜମି ନାମରେ ଏଠାକାର ମୂଳ ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ କରିବାକୁ ଘୋଷଣା କରିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଏହି ଯୋଜନାରୁ ଅଦ୍ୟାବଧି ଅନେକ ମୂଳ ବାସିନ୍ଦାଙ୍କୁ ଜାଣିଶୁଣି ବଞ୍ଚିତ ରଖାଯାଇଥିବା ଜନସାଧାରଣରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି । ଆଜି ଏହି ନିରୀହ ମୂଳ ବାସିନ୍ଦା ମାନଙ୍କୁ ନ୍ୟାୟ ପ୍ରଦାନ ସକାଶେ କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ ପକ୍ଷରୁ ଏକ କାର୍ଯ୍ୟକାରି ବୈଠକ ବନାନୀ କଳା ସଂଗମ ପରିସରରେ ସଭାପତି ତଥା ବରିଷ୍ଠ ସାମ୍ୱାଦିକ ଡ଼ଃ ଅରୂପ କୁମାର ଜେନାଙ୍କ ନେତୃତ୍ୱରେ ମଞ୍ଚର କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ସମେତ ସମସ୍ତ ମନୋନୀତ ବ୍ଲକ ପ୍ରତିନିଧିଙ୍କ ଉପସ୍ଥିତିରେ ଆୟଜିତ ହୋଇଥିବା ଜଣାପଡ଼ିଛି । ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ସୁନୀଲ କୁମାର ପଟନାୟକ ବୈଠକର ଲକ୍ଷ୍ୟ,ଉଦେଶ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ କହିଥିଲେ ।ସଭାପତି ଡ଼ଃ ଅରୂପ ଜେନା ବିଶେଷ କରି ବର୍ତ୍ତମାନ ସରକାର ଗତ ୬ ତାରିଖ ଦିନ ଜବରଦଖଲ ଉଛେଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଦେଇଥିବା ଚିଠି ଓ ଗୋପାଳପୁର-ରେଡ଼ାଖୋଲ ଭାୟା ଫୁଲବାଣୀ ରେଳ ଲାଇନ,ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ରମ ନେଇ ମତ ରଖିବା ପାଇଁ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ନବୀନ କିଶୋର ପଣ୍ଡା, ଶ୍ରବଣ କୁମାର ଦିଗାଲ, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପ୍ରଣବ ମଣ୍ଡଳ,ବଂଶୀଧର ପଣ୍ଡା, ମାମ୍ୱାଦିକ ତଥା କାର୍ଯ୍ୟକରୀ ସଦସ୍ୟ ସନ୍ତୋଷ ଦିଗାଲ,ଉପସଭାପତି ବ୍ରଜକିଶୋର ପଟନାୟକ,ପିରୁଲସ ଫୋରମ ସଭାପତି ତଥା ସାମ୍ୱାଦିକ ରାଧାମୋହନ ମହାପାତ୍ର,ପ୍ରଶାନ୍ତ ବେହେରା,ସତ୍ୟ ପ୍ରିୟ ମହାନ୍ତି,ଉପସଭାପତି ନବ କିଶୋର ରଥ,ପ୍ରଫୁଲ ଦାସ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଜବରଦଖଲ ଉଛେଦ ପ୍ରକ୍ରିୟାକୁ ବିରୋଧ କରିବା ସହ ଜବର ଦଖଲ କାରି ସରକାରୀ ଜମିର ଘର କରି ରହିଥିବା ଗରିବ ଲୋକଙ୍କୁ ତୁରନ୍ତ ଘରବାରୀ ପଟ୍ଟା ଯୋଗାଇ ଦେବାକୁ କହିଥିଲେ ।ସେହିପରି ଗୋପାଳପୁର-ରେଢ଼ାଖୋଲ ବାୟା ଫୁଲବାଣୀ ରେଳପଥ ପୁନର୍ବାର ସର୍ଭେ ପାଇଁ ଚଳିତ ରେଳବାଇ ବଜେଟରେ ଅଧିକ ଅର୍ଥ ଅନୁଦାନ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ପତ୍ର ଲେଖିବା ପାଇଁ ମତ ମଧ୍ୟ ପ୍ରକାଶ ପାଇଥିଲା । ପରିଶେଷରେ ରୋଟାରୀଆନ କୁନ୍ଦନ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Comment

Read More

Verified by MonsterInsights