Search
Close this search box.

ରାୟପୁରରେ ରଥଯାତ୍ରା ପାଳିତ, ଲକ୍ଷଧିକ ଲୋକଙ୍କ ସମାଗମ

ରାୟପୁରରେ ରଥଯାତ୍ରା ପାଳିତ, ଲକ୍ଷଧିକ ଲୋକଙ୍କ ସମାଗମ

ରାୟପୁର ୮/୦୭/: ରାୟପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରହ ରେ ଅନୁଷ୍ଠିତ ହେଇଯାଇଛି। ରଥଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେଇଥିଲା। ରାୟପୁର ଓ ଆଖପାଖ ସ୍ଥାନ ରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ଭଜନ କୀର୍ତ୍ତନ କରିବା ସହ ରଥ ଟାଣିଥିଲେ। ମନ୍ଦିରରେ ଭୋରରୁ ଵିଶେଷ ଅଭିଷେକ, ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ କରାଯିବା ପରେ ହୋମକୁଣ୍ଡରେ ପୂର୍ଣ୍ଣାହୁତି ଦେବା ସମୟରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ସମ୍ମାନୀତ ଅତିଥି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାଏ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ,ସାଂସଦ ବ୍ରିଜ ମୋହନ ଅଗ୍ରୱାଲ, ବିଧାୟକ ମୋତିଲାଲ ସାହୁ ଏବଂ ମେୟର ଅଜାଜ ଦେବର ଏହି ସମାରୋହ ରେ ସାମିଲ ହୋଇଥିଲେ I ଦ୍ୱିପ୍ରହର ୧୨.୪୫ ମିନିଟ ସମୟରେ ମନ୍ଦିର ସାମନାର ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଥ ଉପରକୁ ଠାକୁର ମାନଙ୍କର ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଭାପତି ପୁରନ୍ଦର ମିଶ୍ର ଙ୍କର ତତ୍ୱାବଧାନରେ ସ୍ବେଚ୍ଛାସେବକମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ବ୍ୟାପକ ମାତ୍ରାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।ଅପରାହ୍ନ ୩ଟା ସମୟରେ ତିନି ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୬.୩୦ମିନିଟ ସମୟରେ ଠାକୁରମାନଙ୍କୁ ତିନିରଥ ଉପରକୁ ପୁଣି ପହଣ୍ଡି କରାଯାଇ ମନ୍ଦିର ବେସମେଣ୍ଟରେ ଥିବା ମାଉସୀ ମା’ ଘରକୁ ନିଆ ଯାଇଥିଲା। ସେଠାରେ ଥିବା ସ୍ୱତନ୍ତ୍ର ସିଂହାସନରେ ଆସୀନ ହୋଇ ଚାରି ଦିଅଁ ଆସନ୍ତା ୧୫ ତାରିଖ ବାହୁଡାଯାତ୍ରା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ।

Leave a Comment

Read More