ଦଳାଚକଟାର ମୂଖ୍ୟ ଅଭିଯୁକ୍ତ ଗିରଫ
ହାଥରସ : ଅଧିକା ଲୋକ୍ ହୋଇଥିବା ବେଳେ ଗହଳିର ସୁଜଗ ହାତଛଡ଼ା ନ କରି ଦଳା ଚକଟାର ମୂଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ l ଉତ୍ତରପ୍ରଦେଶ ହାଥରସ ସତସଙ୍ଗ ବେଳେ ଦଳାଚକଟା ମାମଲାର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାକର ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବକ ଦେବ ପ୍ରକାଶ ମଧୁକରଙ୍କୁ ପୁଲିସ ଦିଲ୍ଲୀରୁ ଗିରଫ କରିଛି। ହାଥରସ ଦୁର୍ଘଟଣା ପରେ ମଧୁକର ଫେରାର ଥିଲେ। ପୁଲିସ ତାଙ୍କ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଆଜି ଦେବଙ୍କୁ କୋର୍ଟରେ ହାଜର କରାଯିବ। ଦେବ ପ୍ରକାଶ ମଧୁକର ପୁଲିସ ଆଗରେ ଆତ୍ମସମର୍ପଣ କରିଥିବା ଭୋଲେ ବାବାଙ୍କ ଓକିଲ ଏପି ସିଂହ ଦାବି କରିଛନ୍ତି। ଦିଲ୍ଲୀର ନଜଫଗଡ଼-ଉତ୍ତମ ନଗର ମଧ୍ୟରେ ଥିବା ଏକ ହସ୍ପିଟାଲକୁ ୟୁପି ହାଥରସ ପୁଲିସ ପହଞ୍ଚିଥିଲ। ଏତିକି ବେଳେ ପୁଲିସ ଆଗରେ ଦେବ ପ୍ରକାଶ ସରେଣ୍ଟର କରିଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ହାଥରସ ଦଳାଚକଟାରେ ୧୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହା ପରେ ପ୍ରଚାରକ ବାବା ସୁରଜପାଲଙ୍କ ସେବକ ତଥା ସତସଙ୍ଗର ଆୟୋଜକଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଥିଲା। ମୁଖ୍ୟ ଆୟୋଜକ ଦେବ ପ୍ରକାଶ ମାଧୁକରଙ୍କ ପୂର୍ବରୁ ଆଉ ୬ଜଣଙ୍କୁ ପୁଲିସ ଗିରଫ କରିସାରିଛି। ଏହି ମାମଲାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ସରକାରଙ୍କ ଏସଆଇଟି ଏପର୍ଯ୍ୟନ୍ତ ୯୦ ଟି ବୟାନ ରେକର୍ଡ କରିଛି।









