ICMR ତରଫରୁ ବିକାଶ କରିଛି ୨ଟି ନୂଆ ଟେକ୍ନୋଲୋଜି
ନୂଆଦିଲ୍ଲୀ : ସିଆରଆଇଏସପିଆର ଆଧାରିତ ଦୁଇଟି ଟେକ୍ନୋଲୋଜିର ସନ୍ଧାନ କରିଛି l ଦୁନିଆର ସବୁଠାରୁ ଶସ୍ତା ଯକ୍ଷ୍ମା (ଟିବି) ଯାଞ୍ଚ କିଟ୍ ପ୍ରସ୍ତୁତ କରିଛି । ଭରତ ଏହି ଟେଷ୍ଟିଂ କିଟ୍ ମାତ୍ର ୩୫ ଟଙ୍କାରେ ଉପଲବ୍ଧ ହେବ । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ସିଆରଆଇଏସପିଆର ଆଧାରିତ ଦୁଇଟି ଟେକ୍ନୋଲୋଜିର ସନ୍ଧାନ କରିଛି । ଏହି ଟେକ୍ନୋଲୋଜିର ସହାୟତାରେ ସମୟ ପୂର୍ବରୁ ଯେ କୌଣସି ବ୍ୟକ୍ତିର ଟିବିର ଚିହ୍ନଟ କରାଯାଇ ପାରିବ । ଟିବି ବହୁ ଦଶନ୍ଧି ତଳର ଏକ ପୁରୁଣା ବିମାରୀ ହୋଇଥିବା ବେଳେ ପ୍ରତିବର୍ଷ ଭାରତରେ ଏହି ରୋଗରେ ଅନେକ ଲୋକଙ୍କର ପ୍ରାଣହାନୀ ଘଟିଥାଏ । ଏପରି ସ୍ଥିତିରେ ଆଇସିଏମଆରର ଏହି ସଫଳତା ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ । ଟିବି ମାମଲାରେ ସବୁଠାରୁ ବଡ଼ ସମସ୍ୟା ହେଉଛି, ଏହି ବିମାରୀର ଚିହ୍ନଟ ସମୟ ପୂର୍ବରୁ ହୋଇ ପାରିନଥାଏ । ମାତ୍ର ଏଣିକି ତାହା ଆଉ ଦେଖିବାକୁ ମିଳିବନି । ଏହି ସମସ୍ୟାର ସମାଧାନ ପାଇଁ ଆଇସିଏମଆର ବିକଶିତ କରିଛି ନୂଆ ଟେକ୍ନୋଲୋଜି । ଟିବିକୁ ଯଥାଶୀଘ୍ର ଚିହ୍ନଟ କରିବା ପାଇଁ ଆଇସିଏମଆର ଏକ ଟେଷ୍ଟ କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ଜରିଆରେ ମାତ୍ର ୨ ଘଣ୍ଟାରେ ଟିବିର ଯାଞ୍ଚ କରିହେବ । ଏହି କିଟର ମୂଲ୍ୟ ମାତ୍ର ୩୫ ଟଙ୍କା ରହିବ । ଏହି ନୂଆ ଟେକ୍ନୋଲୋଜିର ସହାୟତାରେ ଏକସଙ୍ଗେ ୧୫୦୦ରୁ ଅଧିକ ସାମ୍ପୁଲ୍ସର ଯାଞ୍ଚ କରାଯାଇ ପାରିବ ।ଟିବି ଏକ ସଂକ୍ରାମକ ବିମାରୀ ହୋଇଥିବା ବେଳେ ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକୁଲୋସିସ ବ୍ୟାକ୍ଟେରିଆ କାରଣରୁ ଏହା ହୋଇଥାଏ । ଏହି ବ୍ୟାକ୍ଟେରିଆ ସାଧାରଣ ଭାବେ ଲଙ୍ଗସକୁ ପ୍ରଭାବିତ କରିଥାଏ । ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଟିବି ହୋଇପାରେ । କୌଣସି ସଂକ୍ରମିତ ବ୍ୟକ୍ତି ଖାସିବା, ଛିଙ୍କିବା ଫଳରେ ବ୍ୟାକ୍ଟେରିଆ ବାୟୁ ମାଧ୍ୟମରେ ଅନ୍ୟ ବ୍ୟକ୍ତିଙ୍କ ଶରୀରକୁ ପ୍ରବେଶ କରିଥାଏ । ସେହି ସମୟରେ ହିଁ ଟିବି ବ୍ୟାପେ । ଯେଉଁ ଲୋକଙ୍କର ଇମ୍ୟୁନିଟି ଦୁର୍ବଳ ହୋଇଥାଏ, ତାଙ୍କ ଠାରେ ଏହି ସଂକ୍ରମଣ ଦ୍ରୁତ ଭାବେ ହୋଇଥାଏ । କାଶ, ବୁଖାର, ଓଜନ ହ୍ରାସ, ଥକ୍କାପଣ ଲାଗି ଟିବିର ଗୋଟିଏ ଗୋଟିଏ ଲକ୍ଷଣ ମିଳିଛି ।









