ବର୍ଷା ଋତୁରେ କିପରି ନେବେ ଝଡୁଥିବା କେଶର ଯତ୍ନ
ସାଧାରଣତଃ ଦେଖିବାକୁ ଗଲେ ବର୍ଷା ଦିନେ ବହୁ ସମସ୍ୟା ଦେଖାଦେଇଥାଏ l ହେଲେ ବର୍ତ୍ତମାନ ଝିଅ ହେଉ ଅବା ପୁଅ ତାଙ୍କ ମୁଣ୍ଡରୁ ଝଡୁଥିବା ଚୁଟି କୁ ନେଇକି ବହୁତ୍ ଛିନ୍ତା ରେ ରହିଥାନ୍ତି ଆଜି ଆମେ ଏହି ଛୁଟି ଝାଡ଼ିବା ବିଷୟ ରେ କିଛି ଜାଣିବା l ସାଧାରଣତଃ ଆପଣଙ୍କ ଚୁଟି ପ୍ରବଳ ମାତ୍ରାରେ ଝଡୁଛି କି । ଦିନକୁ ଦିନ ଆପଣ ଚୁଟି ଝଡିବାକୁ ନେଇ ଚିନ୍ତିତ ହୋଇ ପଡୁଛନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ସମାଧାନ କହିବୁ ଯାହା ଆପଣଙ୍କୁ ବର୍ଷାଦିନର ଚୁଟି ଝଡିବା ସମସ୍ୟାରୁ ନିଶ୍ଚିତ ରୋକିବ । କାରଣ ବର୍ଷାଦିନେ ଆମେ ଅନେକ ସମୟରେ ବାହାରକୁ ଯିବାବେଳେ ବର୍ଷାରେ ଓଦା ହୋଇଯାଇଥାନ୍ତି । ଯାହା ଚୁଟି ପାଇଁ ଖୁବ କ୍ଷତିକାରକ । ବର୍ଷା ପାଣିରେ ଥିବା ଏସିଡ ଅଂଶ ଚୁଟିକୁ ଦୁର୍ବଳ କରାଇଥାଏ । ଯାହାଦ୍ବାରା ପ୍ରବଳ ମାତ୍ରାରେ ଚୁଟି ଝଡିଥାଏ । ଯଦି ଦେଖାଯାଏ ତେବେ , କେବଳ ଯୁବପିଢୀ ନୁହେଁ ବିଭିନ୍ନ ବର୍ଗର ଲୋକଙ୍କର ଚୁଟି ଝଡିବା ସମସ୍ୟା ଲାଗି ରହିଥାଏ । ରିପୋର୍ଟ କହୁଛି, ଭାରତର ସମୁଦାୟ ଲୋକସଂଖ୍ୟାରୁ ପ୍ରାୟ ୪୦ ପ୍ରତିଶତ ଲୋକଙ୍କର ଚୁଟି ଝଡିବା ସମସ୍ୟା ଦେଖା ଦେଇଥାଏ । ଯାହାର ମୁଖ୍ୟ କାରଣ ହେଉଛି ହରମୋନ ଅସନ୍ତୁଳନ । ସେଥିରୁ ୫୦ ପ୍ରତିଶତ ପୁରୁଷଙ୍କର ଚୁଟି ଝଡୁଥିବା ବେଳେ ଥିବା ବେଳେ ୨୦ରୁ ୩୦ ପ୍ରତିଶତ ମହିଳାଙ୍କର ଚୁଟି ଝଡିବା ସମସ୍ୟା ଲାଗି ରହିଥାଏ । ପ୍ରାୟ ୭ ଜଣ ପୁରୁଷଙ୍କ ମଧ୍ୟରୁ ୧ ଣଙ୍କର ଚନ୍ଦାପଣ ସମସ୍ୟା ଦେଖା ଦେଇଥାଏ । ଏବଂ ୩ରୁ ୪ ପ୍ରତିଶତ ଛୋଟ ଛୁଆଙ୍କର ଫଙ୍ଗାଲ ଇନଫେକସନ ଯୋଗୁଁ ଚୁଟି ଉପୁଡିଥାଏ । ୨୫ ବର୍ଷରୁ କମ ବୟସର ପୁରୁଷଙ୍କର ଚୁଟି ଝଡୁଥିବା ସଂଖ୍ୟା ୫୦.୩୧ ପ୍ରତିଶତ । ତେବେ ଏପରି ଚୁଟି ଝଡିବାର କାରଣ ହେଉଛି, ପ୍ରବଳ ଚାପ, ଶୋଇବାରେ ଅନିୟମିତତା , ହଠାତ ଓଜନ କମ । ସେହିପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଅତ୍ୟଧିକ ଡାଏଟ, ଚୁଟିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ଚୁଟି ଝଡିବାର କାରଣ ଅଟେ । ସେହିପରି ଜେନେଟିକ ସମସ୍ୟା ଯୋଗୁଁ ମଧ୍ୟ ଚୁଟି ଝଡିବା ସମସ୍ୟା ଦେଖାଦେଇଥାଏ । ତେବେ ଚୁଟିପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଯତ୍ନ ନିଆଯାଏ । ସେହିପରି ବର୍ଷାଦିନେ ମଧ୍ୟ ଆପଣ କିଛି ଘରୋଇ ଜିନିଷରେ ହିଁ ଆପଣ ନିଜ ଚୁଟିର ଯତ୍ନ ନେଇ ପାରିବେ । ଏହି ଋତୁରେ ସୋରିଷ ତେଲ ଚୁଟି ପାଇଁ ବେଶ ଉପାଦାୟକ । ସୋରିଷ ତେଲରେ ଭିଟାମିନ-E,ଓମେଗା -୩ ଏବଂ ଫ୍ୟାଟି ଏସିଡ ରହିଥାଏ । ଯାହା ଚୁଟିକୁ ଭିତରୁ ମଜବୁତ କରାଇଥାଏ । ଯଦି ହାଲକା ଉଷୁମ କରି ଆପଣ ଏହାକୁ ଚୁଟି ମୂଳରେ ଲଗାଉଛନ୍ତି, ତାହା ବେଶ ଚୁଟି ପାଇଁ ଲାଭଦାୟକ । ଏଥିରେ ଆପଣ ଦହି ବି ମିଶାଇ ଲଗାଇପାରିବେ । ଲଗାଇବାର ଗୋଟେ ଘଣ୍ଟା ପରେ ଏକ ଭଲ ଆୟୁର୍ବେଦିକ ସାମ୍ବୋ ଦ୍ବାରା ଚୁଟି ଧୋଇଦେବେ । ମାତ୍ର କିଛି ଦିନରେ ହିଁ ଆପଣଙ୍କ ଚୁଟି ଝଡିବା କମିଯିବ । ଏହି ଉଭୟ ପୁରୁଷ ତଥା ମହିଳାଙ୍କ ପାଇଁ ଲାଭଦାୟକ । ଏପରି ସପ୍ତାହରେ ୨ ଥର କଲେ ଚୁଟି ଝଡିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ ଏଥିରୁ ଅପଙ୍କ କେଶ ପାଇ ଅତି ଭଲ ଲାଭ ଦାୟକ ମିଲିବ ବୋଲି ଜଣାଯାଇଛି ।
ନାମ – ଲକ୍ଷ୍ମୀ ନାୟକ
ମୋ – ୯୭୭୭୧୪୩୩୦୬









