Search
Close this search box.

ରାତି ଅଧରେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଧୋବେଇ ନାୟକ

ରାତି ଅଧରେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଧୋବେଇ ନାୟକ

ରାତି ଅଧରେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଧୋବେଇ ନାୟକ
ରାତି ଅଧରେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଧୋବେଇ ନାୟକ
ଖଣ୍ଡପଡା : ଭିଜିଲାନ୍ସ ଜାଲରେ ଧରା ପଡିଲେ ଧୋବେଇ ନାୟକ l ଅଧ ରାତିରେ ଧୋବେଇ ନାୟକଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ l ସିଧା ସଳଖ ଧରା ପଡିଲେ ଧୋବେଇ ବାବୁ l
ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ତହସିଲଦାରଙ୍କ ଭାପୁର ଏବଂ ଭୁବନେଶ୍ବର ଘରେ ରେଡ କରାଯାଉଛି। ଏହି ରେଡରେ ନୟାଗଡ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ସାମିଲ ରହିଛନ୍ତି।
ସୂଚନାନୁସାରେ : ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଦଲାଲଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ଆଦାୟ କରୁଥିଲେ। ଗତକାଲି ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ ଲାଞ୍ଚୁଆ ମୁଖା ଖୋଲିଥିଲା। ଯାହା ପରେ ଭିଜିଲାନ୍ସ ତହସିଲଦାରଙ୍କ ଘରେ ରେଡ କରିଛି।ବାଲିଗାଡି ଛାଡିବା ପାଇଁ ତହସିଲଦାର ଧୋବେଇ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ ଟିମ୍ । ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇକରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡିମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗତ କାଲି ବିଳମ୍ବିତ ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡିମାଲିକଙ୍କ ଠାରୁ ଟଙ୍କା ନେଉଥିବାବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଏବଂ ଭୂବନେଶ୍ବର ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ବୋଲି ସୂଚନା ମିଳିଛି ।

Leave a Comment

Read More