Search
Close this search box.

ଏ ଦୁଇ କଳାକାରଙ୍କୁ ଆବାସ ଘର ପାଇଁ ଦାବୀ ରଖିବା ମହାସଂଘ ,

ଟିକାବାଲି -କନ୍ଧମାକ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ଗଜାମତି ନାୟକ ଙ୍କ ଦୁଃଖ କହିଲେ ନ ସରେ l ଯାହାକୁ ଆଖିରୁ ନଦେଖିଲେ ବିଶ୍ବସ କରି ହେବନି l ଉକ୍ତ ପରିବାରରେ ତିନି ଜଣ ସଦସ୍ୟ ବସକରନ୍ତି l ଅଳ୍ପ କିଛି ଦିନ ପୂର୍ବେ ତାଙ୍କର ଗୋଟିଏ ଯୁବକ ପୁଅ ଙ୍କର ଦେହାନ୍ତ ହୋଇଥିଲା l ବହୁତ ବାଧାବିଘ୍ନ ସହି ଅପର୍ୟ୍ଯପ୍ତ ଚେଷ୍ଠା କରିବା ସ୍ୱତେ ରୋଗରୁ ନିସ୍ତାର ନ ପାଇଁ ନିଜର ବୃଦ୍ଧ ପିତା ମାତା ଙ୍କୁ ଛାଡି ଚିରଦିନ ପାଇଁ ଶଯ୍ୟାଶାୟୀ ହୋଇଗଲେ l କୁଲି ମଜୁରୀ କାମ କରି ଯେତିକି ଅର୍ଥ ସଂଚୟ କରିଥିଲେ ସେ ସବୁ ଖର୍ଚ୍ଚ ହୋଇଗଲା ପୁଅର ସେବାରେ l ଅପର ପକ୍ଷରେ ଯେଉଁ ଘରେ ସେମାନେ ବସକରନ୍ତି ସେହି ଘର ଅତ୍ୟନ୍ତ ସଚୋନୀୟ l ପଲିଥିନି ଗୋଢେଇ ଥିବା ଅର୍ଦ୍ଧ ଭାଙ୍ଗା ଘର କେଉଁ ମୁହୁର୍ତରେ ଭାଙ୍ଗି ଯାଇ ଘୋର କ୍ଷତି ପହଂଚାଇବା ଯେ ତାହା କହିବା କଷ୍ଟ ସାଧ୍ୟ୍ୟ l ମୁଣ୍ଡ ଗୁଞ୍ଜିବା ପାଇଁ ବହୁଥର ପ୍ରଶାସନ ଙ୍କ ନିକଟରେ ଦ୍ୱରସ୍ଥ ହୋଉ ଘରପାଇଁ ଗୁହାରି କରିଥିଲେ ସୁଦ୍ଧା ଘର ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ l ବୋଲି ଶ୍ରୀମତୀ ଗଜାମତି ନାୟକ ଲୁହଭିଜା ଆଖି ରେ ଅତି ବିକଳଭବରେ ସମ୍ବାଦ ସଂଗ୍ରହ ପାଇଁ ଯାଇଥବା ସାମ୍ବାଦିକ ସଂଘ ଟିକାବାଲି ନିକଟରେ ପ୍ରକାଶ କରିଛନ୍ତି l ଗଜାମତି ନାୟକ ଠିକ ଭାବରେ ଓଡ଼ିଆ କହି ପାରୁନ ଥିଲେ ସୁଦ୍ଧା କୁଇ ଭାଷାରେ ଘର ଖଣ୍ଡିଏ ପ୍ରଦାନ କରିବା ପାଇଁ ସାମ୍ବାଦିକ ଙ୍କ ମାଧ୍ୟମରେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି l ସେ ଆଉରି ବି କହିଛନ୍ତି ଭୋଟ ପାଇଁ ଅନର୍ଗଳା ମୂଲ୍ୟହୀନ ଭାଷଣ ଦେଇ ଭୋଟ ହାତେଉ ଥିବା ନେତା ମନ୍ତ୍ରୀ ଭୋଟ ପରେ କେଉଁଆଡେ ଉଭାନ ହେଉଛନ୍ତି ଯେ ଆବଶ୍ୟକ ବେଳେ ଖୋଜିଲେ ଦେଖାଦର୍ଶନ ମିଳୁନାହିଁ l ଗଜମତି ଜଣେ ଖଞ୍ଜଣୀ ନୃତ୍ୟ ଶିଳ୍ପୀ ହେବାହେତୁ କଳାକାର ମହାସଂଘ ତରଫରୁ ଅନୁରୋଧ କରାଯାଉଅଛି କି ତୁରନ୍ତ ଏକ ଆବାସ ଘର ଉକ୍ତ ପରିବାରକୁ ଯୋଗାଇଦିଆଯାଉ

Leave a Comment

Read More