
ସୂଚନାନୁସାରେ : ରାଜ୍ୟରେ ପୁଣି ବଢିବ ଖରା। ବଢିବ ଖରା ତାତି ଓ ଗୁଳୁଗୁଳି। ଆଜି ଠାରୁ ୬ ରୁ ୮ ଡିଗ୍ରୀ ଦିନର ତାପମାତ୍ରା ବଢିବ ନେଇ ସମ୍ଭାବନା ରହିଛି। ଭୁବନେଶ୍ବରରେ ୧୬, ୧୭ ତାରିଖ ଆଡ଼କୁ ପାରଦ ୪୦ ଡିଗ୍ରୀ ଉପରେ ରହିପାରେ। ଏହାସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ହେବ। ୧୬ ତାରିଖ ବେଳକୁ ୪୦ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଅନୁମାନ କରାଯାଇଛି। ଗତକାଲି କାଳ ବୈଶାଖୀ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ଝିପ ଝିପ ବର୍ଷା ହୋଇଥିଲା। ବର୍ଷା ପ୍ରଭାବରେ ଓଡ଼ିଶାରେ ଦିନ ତାପମାତ୍ରା କମିଥିଲା। ଆଗକୁ ପୁଣି ଉପରମୁହାଁ ହେବ ପାରଦ ବୋଲି ସୂଚନା ମିଳିଛି।









