Search
Close this search box.

ଖରାରୁ ମିଳିଲା ତ୍ରାହି

ଖରାରୁ ମିଳିଲା ତ୍ରାହି

ଭୁବନେଶ୍ୱର : ଖରାରୁ ମିଳିଲା ତ୍ରାହି l ପ୍ରଚଣ୍ଡ ଖରା ସହ ଗୁଲୁ ଗୁଳି ରୁ କିଛି ଦିନ ପାଇଁ ମିଳିଛି ତ୍ରାହି l ଗତକାଲି ଠାରୁ ବର୍ଷ ହେବ ସହ କୁଆ ପଥର ମାଡ ହେବାସହ ବଷା ଘଡଘଡି ହେଉଛି l ହେଲେ ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆକାଶରୁ ଅଗ୍ନିବର୍ଷାରେ ଲାଗିଲା ବ୍ରେକ୍ । ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା । ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ହାଲକା ପବନ ବହିବା ନେଇ ସୂଚନା ରହିଛି । ଗତକାଲି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ଫଳରେ ପ୍ରାୟ ୭ଦିନ ଧରି ଖରାରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ତାତିରୁ ତ୍ରାହି ମିଳିଛି । କେନ୍ଦୁଝର ପାଟଣା ସମେତ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବାବେଳେ, ମାଲକାନଗିରି ବ୍ୟତୀତ ସବୁ ସହରରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଗତକାଲି ସନ୍ଧ୍ୟା ବେଳକୁ ରାଜଧାନୀ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ଘୋଟାଇ ଆସିଥିଲା । ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ଟ୍ୱିନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ଦେଖା ଦେଇଥିଲା । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଦଲକା ପବନ ବୋହିବା ନେଇ ସୂଚନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର। ଗତକାଲି ସନ୍ଧ୍ୟାରେ ଦଶପଲ୍ଲା ଅଞ୍ଚଳରେ ବର୍ଷା ସହ ବିଜୁଳି ଘଡଘଡି ହେବା ଫଳରେ ଦୁଇ ବଖରା ଘର ଜଳିଯାଇଛି। ତେବେ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଥିବା ବେଳେ ଦଶପଲ୍ଲା ବ୍ଲକ ବନ୍ଧୁଗାଁରେ ବଜ୍ରପାତ ହୋଇ ନିଆଁ ଲାଗିଯିବାରୁ ଗାଁର ଅପୂର୍ବ ନାୟକଙ୍କ ଦୁଇ ବଖରା ଘର ପୋଡ଼ିଯାଇଛି । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ଖରାରୁ ମିଳିଲା ତ୍ରାହି

ଖବର ପାଇଁ ଦଶପଲ୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ଶିକାର ହୋଇ ସର୍ବସ୍ୱାନ୍ତ ହୋଇପଡିଥିବା ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।

Leave a Comment

Read More