Search
Close this search box.

ସୁନା ଦର ବୃଦ୍ଧିରେ ଲାଗିଲା କଟକଣା #gold#rate#price

ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି ।

ପୁଣି ବଢିଲା ସୁନା ଦର । ଏବେ ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ଛୁଇଁଲା ସର୍ବକାଳୀନ ରେକର୍ଡ । ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି । ୭୦ ହଜାରରୁ ଅଧିକରେ ପହଞ୍ଚିଛି ସୁନା ଦର ।
ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ଗତକାଲି ତୁଳନାରେ ଆଜି ସୁନାର ଦାମ୍‌ରେ ୩୭୨ ଟଙ୍କା ମହଙ୍ଗା ହୋଇଛି । ଫଳରେ ଓଡ଼ିଶାରେ ଖାଣ୍ଟି ସୁନା ତଥା ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୭୦, ୪୭୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୪, ୬୦୦ ରହିଛି। ସୁନା ସହିତ ରୂପା ମୂଲ୍ୟ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ଦିନ, ଏମସିଏକ୍ସ ଉପରେ ରୂପା ୬୮୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ସ୍ତରରେ ପହଞ୍ଚିଛି। ବୁଧବାର ଦିନ ରୂପା ୭୯,୦୦୧ ଟଙ୍କା ସ୍ତରରେ ବନ୍ଦ ହୋଇଛି । କେବଳ ଘରୋଇ ନୁହେଁ ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ଗତକାଲି ତୁଳନାରେ ରୂପା ମଧ୍ୟ ୦.୦୬ ପ୍ରତିଶତ ବୃଦ୍ଧି ପାଇ ୨୭.୧ ପ୍ରତିଶତ ସ୍ତରରେ ପହଞ୍ଚିଛି । ଆଗକୁ ମଧ୍ୟ ଏହି ଦର ଚଢା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ । ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।

Leave a Comment

Read More