
ଫ୍ଲେକ୍ସିଟାରିଆନ୍ ଡାଏଟ୍ର ଆବଶ୍ୟକତା ଓ ଉପକାରିତା
ଦୁଇଟି ଶବ୍ଦକୁ ନେଇ ତିଆରି ହୋଇଛି l ଗୋଟିଏ ଫ୍ଲେକ୍ସିବୁଲ୍ ଓ ଅନ୍ୟଟି ଭେଜିଟେରିଆନ୍ । ଡାଏଟ୍ରେ ରହିଛି ବହୁତ ଉପକାରିତା l ଏଥିରେ ଶରୀର ପାଇଁ ମଧ୍ୟ ଲାଭ ଦାୟକ ଉପକାରିତା ରହିଛି l ଫ୍ଲେକ୍ସିବୁଲ୍ ଓ ଅନ୍ୟଟି ଭେଜିଟେରିଆନ୍ । ଫ୍ଲେକ୍ସିବୁଲ୍ର ଅର୍ଥ କୌଣସି କାମକୁ ଇଚ୍ଛା ଅନୁସାରେ କରିବା । ସେହିଭଳି ଏହି ଡାଏଟ୍ରେ କୌଣସି ବାଧ୍ୟତା ମୂଳକ ଖାଦ୍ୟ ନଥାଏ । ଏଥିରେ ଜଣେ ସାଦା ବି ଖାଇପାରିବ ଏବଂ ଆମିଷ ମଧ୍ୟ ଖାଇପାରିବ । ଏଥିରେ କ୍ୟାଲୋରୀ କିମ୍ବା ନୁ୍ୟଟ୍ରେଣ୍ଟ୍କୁ ନେଇ ମଧ୍ୟ ସେପରି କିଛି ଲିମିଟ୍ ନଥାଏ । ହେଲେ ଏହି ଡାଏଟ୍ରେ ଟିକେ ଅଧିକ ଗୁରୁତ୍ୱ ଉଦ୍ଭିଦ ଜାତ ଖାଦ୍ୟକୁ ଦିଆଯାଇଥାଏ । ତେବେ ଏଥିପାଇଁ ବାଧ୍ୟତା ନଥାଏ, ସମୟ ହିସାବରେ ଲୋକଙ୍କ ଅଭ୍ୟାସକୁ ବଦଳାଯାଇ ପାରିବ ବୋଲି ଏହି ଡାଏଟ୍କୁ ପ୍ରୋତ୍ସାହନ ଦେଉଥିବା ଲୋକ ବିଶ୍ୱାସ ରଖନ୍ତି । ଏହି ଡାଏଟ୍ରେ ଫଳ, ବିଭିନ୍ନ ଶସ୍ୟ,ପନିପରିବା ଆଦିକୁ ସାମିଲ କରାଯାଇଥାଏ। ଏଥିରେ ଆମିଷ ଯେପରି ଅଣ୍ଡା,ମାଛ ଆଦି ମଧ୍ୟ ସାମିଲ ଥାଏ। ଏହି ଡାଏଟ୍ର ଖୁବ ଭଲ ପ୍ରଭାବ ଆମ ଶରୀର ଉପରେ ରହିଛି । ଏହା ବିଭିନ୍ନ ରୋଗ ଯେପରି ହାର୍ଟ, ମଧୁମେହ, କ୍ୟାନସର ଆଦି ପାଇଁ ଲାଭ ଦାୟକ ହୋଇଥାଏ। ତେବେ ଆପଣ ଏହି ଡାଏଟ୍କୁ ଅନୁକରଣ କରିବା ପୂର୍ବରୁ ନିଜର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ସବୁଠାରୁ ଓଜନକୁ ନିୟନ୍ତ୍ରଣ କରିବାରେ ଅଧିକ ସହାୟକ ହୋଇଥାଏ । ଯେଉଁମାନେ ହେଲ୍ଦି ରହିବା ସହିତ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ବେଶ୍ ଭଲ ଅପସନ୍ ହୋଇଥାଏ। ଏହି ଡାଏଟ୍ରେ ବହୁ ଭଲ ଗୁଣ ଗୁଡିକ ରହିଥାଏ ବୋଲି ଜଣାପଡ଼ିଥାଏ l
ନାମ- ଲକ୍ଷ୍ମୀ ନାଏକ (ମୋ-୯୭୭୭୧୪୩୩୦୬)









