Search
Close this search box.

ତାପମାତ୍ରା ବୃଦ୍ଧିକୁ ନେଇ ସକାଳୁଆ ପାଠ ପଢା ପାଇଁ ନିର୍ଦେଶ ଦେଲେ ସରକାର

କଟକ : ପିଲାଙ୍କ ପାଇଁ ଖୁସି ଖବର। ଆସନ୍ତା କଲି ଠାରୁ ସକାଳୁଆ ରହିବ ସ୍କୁଲ l ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସକାଳୁଆ ସ୍କୁଲ କରିବା ପାଇଁ ଆଜି ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି। ଆସନ୍ତା ଏପ୍ରିଲ ୨ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁ ପାଠ ପଠାଯିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ କ୍ଲାସ କୁହାଯାଇଛି। କିଛି ଦିନ ହେବ ୪୦% ବଢିଛି ତାପ ମାତ୍ର ଆଜି ଠାରୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ତାପ ମାତ୍ରl ବୃଦ୍ଧି ପାଇବାରେ ଲାଗିଛି ଳେହି ପରି ଭାବରେ ଅଧିକ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଏଠାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ। ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୦.୫ ଡ଼ିଗ୍ରୀ ଛୁଇଁଛି। ସେହିପରି ବଲାଙ୍ଗିରରେ ୪୦.୨ ଡ଼ିଗ୍ରୀ ଓ ନୟାଗଡରେ ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି। କିନ୍ତୁ ଏଭଳି ତାତିରୁ ବର୍ତ୍ତି ପାରିନି ରାଜଧାନୀ ଭୁବନେଶ୍ୱର ଓ କଟକ। ଭୁବନେଶ୍ୱରରେ ୩୭ ଡ଼ିଗ୍ରୀ ଓ କଟକରେ ୩୭.୬ ତାପମାତ୍ରା ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ତାପମାତ୍ରା ବୃଦ୍ଧିକୁ ନେଇ ସକାଳୁଆ ପାଠ ପଢା ପାଇଁ ନିର୍ଦେଶ ଦେଲା ସରକାର

Leave a Comment

Read More