Search
Close this search box.

ସମୀର ୱାଙ୍ଖେଡେଙ୍କୁ ନେଇ ଭିଜିଲାନ୍ସ ରିପୋର୍ଟରେ ବଡ ଖୁଲାସା Big revelation in vigilance report on Sameer Wankhede

ଏନସିିବି ବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଭିଜିଲାନ୍ସ ରିପୋର୍ଟରେ ସମୀର ୱାଙ୍ଖେଡଙ୍କ ନାମରେ ବଡ ଖୁଲାସା କରିଛି । ୱାଙ୍ଖେଡେ ଏନସିବିର ପୂର୍ବ ମୁଖ୍ୟ ଥିଲେ ଓ ଆର୍ୟନ ଖାନ ଓ ରିୟା ଚକ୍ରବର୍ତ୍ତୀ ସମେତ ଅନେକ ହାଇପ୍ରୋଫାଇଲ ମାମଲାର ଯାଂଚ ମୁଖ୍ୟ ବି ଥିଲେ । ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଫଶାଇବାକୁ ୨୫ କୋଟି ଟଙ୍କା ଲାଂଚ ମାଗିଥିବା ମାମଲାରେ ଏବେ ସିବିଆଇ ଯାଂଚ କରୁଥିବା ବେଳେ ପ୍ରଥମେ ଭିଜିଲାନ୍ସ ରିପୋର୍ଟ ଆସିଛି । ଭିଜିଲାନ୍ସ ରିପୋର୍ଟରେ କୁହାଯାଇଛି କି ସମୀର ୱାଙ୍ଖେଡେ ୨୦୧୭ ରୁ ୨୦୨୧ ମଧ୍ୟରେ ୬ଥର ବିଦେଶ ଗସ୍ତ କରିଥିଲେ । ଏଥିରେ ସେ ବ୍ରିଟେନ, ଆୟରଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଓ ମାଲଦୀପ ଯାତ୍ରା କରିଥିଲେ ।

Leave a Comment

Read More