Search
Close this search box.

ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ The Mahanadi Tribunal team is coming to Diamond today

ମହାନଦୀ ଜଳବିବାଦ ମାମଲା । ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ନିକଟରେ ୨ ଟି ପ୍ରର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ରେ ୫୦ ଜଣିଆ ଟିମ ଛତିଶଗଡରେ କ୍ଷେତ୍ର ପରିଦର୍ଶନ କରିଥିଲେ । ଆସନ୍ତାକାଲି ଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ । ମହାନଦୀ ଜଳବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଟିମ୍ ତାର ତୃତୀୟ ପ୍ରଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ହୀରାକୁଦରେ ପହଂଚିଛନ୍ତି  ଆସନ୍ତା ୨୪ ତାରିଖ ଯାଏଁ ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡର ସଂଲଗ୍ନ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ସୁଦ୍ଧା ଛତିଶଗଡର ଜଳସମ୍ପଦ ବିଭାଗର ସବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ , ବୈଷୟିକ ଦଳ ଓ ଆଇନଜୀବୀ ମଧ୍ୟ ବୁର୍ଲାରେ ପଂହଚିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ପୁରା ଟିମ ୨୪ ତାରିଖ ଯାଏଁ ହେବାକୁ ଥିବା କ୍ଷେତ୍ର ପରିଦର୍ଶନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ ବୋଲି କୁହାଯାଉଛି ।

Leave a Comment

Read More