ପୁରୁଣା ଢାଞ୍ଚାକୁ ଫେରିପାରେ ମାଟ୍ରିକ୍ ପରୀକ୍ଷା । ଏଣିକି ଦଶମ ଶ୍ରେଣୀରେ ଥରେ ବୋର୍ଡ ପରୀକ୍ଷା ଦେଇପାରନ୍ତି ପରୀକ୍ଷାର୍ଥୀ । ସମେଟିଭ ଆସେସମେଂଟ -୧ ଓ ସମେଟିଭ ଆସେସମେଂଟ ୨ ମିଶି ଗୋଟିଏ ପରୀକ୍ଷା ଦେଇପାରନ୍ତି ଶିକ୍ଷାର୍ଥୀ । ଏ ସମ୍ପର୍କରେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ୍ କଟକ ସ୍ଥିତ ବୋର୍ଡ କାଯ୍ୟାଳୟରେ ଗତକାଲି ସୂଚନା ଦେଇଛନ୍ତି ।କୋଭିଡ ମହାମାରୀ ସମୟରେ ପୂର୍ବପ୍ରଚଳିତ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ପରିବବର୍ତନ କରାଯାଇଥିଲା କୋଭିଡ ମହାମାରୀ ଯୋଗୁ ୨୦୨୦ ମସିହାରେ ଶ୍ରେଣୀଗୃହରେ ପାଠପଢା ଉପରେ ରୋକ୍ ଲାଗିଥିଲା । ଏମିତିକି ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିଲେ ଛାତ୍ରଛାତ୍ରୀ । ସେହିପରି ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ବୋର୍ଡ ତରଫରୁ ପାଠ୍ୟକ୍ରମକୁ ମଧ୍ୟ କମାଯାଇଥିଲା । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଦଶମ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ ଟି ଫର୍ମେଟିଭ ଆସେସମେଂଟ ଓ ୨ ଟି ସମ୍ମେଟିଭ ଆସେସମେଂଟ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ନୁଆ ପରୀକ୍ଷା ଢାଂଚାକୁ ନେଇ ଖୁବଶୀଘ୍ର ବୋର୍ଡ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ମଧ୍ୟ କୁହାଯାଉଛି ।









