Search
Close this search box.

ଇମ୍ରାନ ଖାନଙ୍କୁ ସର୍ବସମ୍ମୁଖରେ ଦିଆଯାଉ ଫାଶୀ ଦାବି Imran Khan is being hanged in public demand

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ଏବଂ ଜାମିନ ପରଠୁ ଆଜି ପର୍ଯ୍ୟନ୍ତ ଦେଶରେ ଉତ୍ତେଜନା ଲାଗି ରହିଛି । ରାଜନୈତିକ ଦଳଗୁଡ଼ିକ ସାମ୍ନାସାମ୍ନି ହୋଇଛନ୍ତି ଏବଂ ଲୋକମାନେ ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି । ପାକିସ୍ତାନ ସଂସଦରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫାଶୀ ଦେବାକୁ ନେଇ ଦାବି କରାଯାଇଛି । ନ୍ୟାସନାଲ ଆସେମ୍ବଲିରେ କ୍ଷମତାସୀନ ମେଣ୍ଟରେ ସାମିଲ ଆସିଫ ଅଲି ଜରଦାରୀଙ୍କ ପାର୍ଟିର ସାଂସଦ ରାଜା ରିୟାଜ ଅହମ୍ମଦ ଖାନ ଫାଶୀ ଦାବି ଉଠାଇଛନ୍ତି । ଏହି ଦାବି ସେ ଉଠାଇ କହିଛନ୍ତି ଯେ, ୟହୁଦିଙ୍କ ଏଜେଣ୍ଟକୁ ସର୍ବସମ୍ମୁଖରେ ଫାଶୀଦଣ୍ଡ ଦିଆଯିବା ଆବଶ୍ୟକ କିନ୍ତୁ କୋର୍ଟ ତାଙ୍କୁ ଏପରି ସ୍ୱାଗର କରୁଛି ଯେମିତି କି ସେ ତାଙ୍କର ଜ୍ୱାଇଁ ।

 

Leave a Comment

Read More