ଆଜି ପ୍ରାୟ ସଖାଳ 8 ଘଟିକା 45 ମିନିଟ ସମୟରେ ଯଶିପୁର ରୁ କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଭିମୁଖେ ଆସୁଥିବା ଗୌରୀ ନାମକ ଏକ ଘରଇ ବସ ଯାହାର ନମ୍ବର OD-11M-9886 ଯାହାକି ଦୃତ ଗତିରେ ଆସୁଥିବା ବେଳେ କରଞ୍ଜିଆ ଥାନା ଅନ୍ତର୍ଗତ ତାଟ ନିକଟରେ ଏକ କାର ଯାହାର ନମ୍ବର OD -02BN-4043 କୁ ଅଭରଟେକ କରୁଥିବା ସମୟରେ କାରଟିକୁ ଧକା ଦେଇଥିଲା ଯାହା ଫଳରେ କାର ସାମ୍ନାରେ ଯାଉଥିବା ଏକ ବାଇକ କୁ କାର ଟି ଧକା ଦେଇ ଗଛଟିକୁ ଧକା ଦେଇଥିଲା ଏବଂ ବାଇକ ଚାଳକ ସିଧା ବିଲରେ ଯାଇ ପଡିଯାଇଥିଲା | ଦୃଘଟଣା ଘାଟେଇଥିବା ବସ ରେ ଚାଳକ ଏବଂ କଣ୍ଡକ୍ଟର ଘଟଣା ସ୍ଥଳରୁ ଫେରାର ହାଇଥିବା ସୂଚନା ମିଳିଥିବାବେଳେ ବସ ଯାତ୍ରୀଙ୍କ ଠାରୁ କଣ୍ଡକ୍ଟର ଭଡା ଠାରୁ ଅଧିକ ପଇସା ନେଇଥିଲେ ଏବଂ ଯାତ୍ରୀ ମାନଙ୍କୁ ଅଲ୍ହେଇବା ସମୟରେ ଦେବେ ବଲି କଣ୍ଡକ୍ଟର କହିଥିଲେ ହେଲେ ଘଟଣା ସ୍ଥଳରୁ କଣ୍ଡକ୍ଟର ଫେରାର ହଇଥିବାରୁ ଏବେ ଯାତ୍ରୀ ମାନେ ପଇସା ପାଇବା ନେଇ ଚିନ୍ତାରେ |ତେବେ ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଆହତ ମାନଙ୍କୁ କରଞ୍ଜିଆ ଚିକିତ୍ସାୟାଳୟ କୁ ଚିକିତ୍ସା ନିମନ୍ତେ ପଠେଇବା ସହିତ ଗାଡିଗୁଡିକୁ ଜବଦ କରିବା ଏହାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |









