Search
Close this search box.

ସ୍କୁଲରେ ହଟିଯିଵ କଳାପଟା No blackboard in school classroom!

ଆସିଗଲାଣି ଡିଜିଟାଲ ଯୁଗ ଟେକ୍ନୋଲୋଜି ଧୀରେ ଧୀରେ ବହୁତ ଆଗକୁ ଗଲାଣି , ସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ ପିଲାମାନଙ୍କର ପାଠ ପଢାକୁ ନେଇ ବିଭିନ୍ନ ଟେକ୍ନୋଲୋଜି ସାମ୍ନାକୁ ଆସୁଛି , ବର୍ତ୍ତମାନ NCF ର ପ୍ରସ୍ତାବକୁ ନେଇ ବଢ଼ିଛି ଚର୍ଚ୍ଚା , ସ୍କୁଲରେ କୁଆଡେ଼ ଆଉ ରହିବ ନାହିଁ ବ୍ଲାକ ବୋର୍ଡ , ଏଣିକି ସ୍କୁଲ ର କ୍ଲାସ୍ ରୁମରେ ଲାଗିନପାରେ ବ୍ଲାକ ବୋର୍ଡ , ବିନା ବ୍ଲାକ ବୋର୍ଡ ରେ ପିଲାମାନେ ପଢ଼ିବେ ପାଠ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି , NCF ର ଏହି ଆଶ୍ଚର୍ଯ୍ୟ ଜନକ ପରାମର୍ଶ କୁ ନେଇ ସାରା ଦେଶରେ ବଢୁଛି ଚର୍ଚା , କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ , NCF ର ପରାମର୍ଶ କ୍ରମେ ଏବେ ସ୍କୁଲ ରେ ବିଭିନ୍ନ ଟେକ୍ନୋଲୋଜି ଉନ୍ନତ କରାଯିବା ନେଇ ଚିନ୍ତା କରାଯାଉଛି କିପରି ପିଲାମାନେ ସୁବିଧା ରେ ପାଠ ପଢିପାରିଵେ ସେ ନେଇ ଚର୍ଚ୍ଚା ଜୋର ଧରିଛି , ପିଲାମାନେ କିପରି ସହଜରେ ପାଠ ପଢିବେ ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ନୂଆ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି , ଆମେ ସମସ୍ତେ ଜାଣିଛୁ ଯେ ପିଲାମାନେ ସବୁବେଳେ କଳାପଟା ଆଡ଼କୁ ମୁହଁ କରି ବସି ପାଠ ପଡିଥାନ୍ତି , କିନ୍ତୁ ଏପରି ବ୍ୟବସ୍ଥା କରିବା ଦ୍ଵାରା ପିଲାମାନଙ୍କ ପାଠ ପଢ଼ାରେ ଆଗ୍ରହ ଆସିବା ସହିତ ଖୁବ ସହଜରେ ପିଲାମାନେ ପାଠ ମନେ ରଖିପାରିଵେ , ପିଲାମାନେ ନିଜ ନିଜ ଭିତରେ ଆଲୋଚନା କରି ଅନେକ ଜଟିଳ ପ୍ରଶ୍ନର ସମାଧାନ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି , ବ୍ୟୁରୋ ରିପୋର୍ଟ ଜନସ୍ବର ଓଡ଼ିଶା॥

 

Leave a Comment

Read More