ଶିକ୍ଷା ବ୍ୟବସ୍ଥାରେ ଲାଗୁ ହେଲା ଆଉ ଏକ ବଡ଼ ନିୟମ । ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ବୋର୍ଡ ପରୀକ୍ଷାରେ ଲାଗୁ ହେବ ନୂଆ ପାର୍ଟନ ଏ ନେଇ ସୂଚନା ଦେଇଛି ncert . ବୋର୍ଡ ପରୀକ୍ଷାରେ ଚିନ୍ତିତ ରହୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ବୋର୍ଡ ପରୀକ୍ଷାର ଚାପ୍ କୁ କମ କରିବା ପାଇଁ ଏଭଳି ଏକ ବ୍ୟବସ୍ଥା ଲାଗୁ କରିଛି ସରକାର ।
ଆଉ ରହିନପାରେ ମ୍ୟାଟ୍ରିକ ପରୀକ୍ଷା ପରି ଏକ ପରୀକ୍ଷା । ସେମିଷ୍ଟର ପରି ଦେବାକୁ ପଡିପାରେ ପରୀକ୍ଷା , ନବମ ଠାରୁ ଦ୍ଵାଦଶ ଯାଏଁ ଦେଵାକୁ ହେବ ୮ଟି ସେମିଷ୍ଟର ,
ଅର୍ଥାତ୍ ନବମରୁ ଦ୍ବାଦଶ ଯାଏଁ ପ୍ରତ୍ୟକ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ୨ଟି ପରୀକ୍ଷା ଦେବାକୁ ହେବ ।
![]()
ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମଓ୍ବାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟାର ପରୀକ୍ଷାରେ ସୁଯୋଗ ରହିବ ।
ଆଉ ଏକ ବଡ଼ କଥା ହେଉଛି କଳା , ବାଣିଜ୍ୟ, ବିଜ୍ଞାନ ବାଛିଥିବା ଛାତ୍ରଛାତ୍ରୀ ସମସ୍ତ ବିଷୟ ପଢିବା ପାଇଁ ସୁଯୋଗ ପାଇଵେ ଅର୍ଥାତ୍ କଳା ବାଛିଥିବା ଛାତ୍ରଛାତ୍ରୀ ଉଭୟ ବିଜ୍ଞାନ ଓ ବାଣିଜ୍ୟ ମଧ୍ୟ ପଢିପାରିବେ ସେହିପରି ବାଣିଜ୍ୟ ବାଛିଥିବା ପିଲାମାନେ ଉଭୟ ବିଜ୍ଞାନ ଓ କଳା ପଢିପାରିବେ।









