ମାଲାକାନଗିରିରେ ହେବ ପୁଷ୍ପା-୨ ଫିଲ୍ମର ସୁଟିଂ । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଆକର୍ଷଣୀୟ ଲୋକେସନରେ ପୁଷ୍ପା-୨ର କିଛି ଭାଗର ସୁଟିଂ କରାଯିବ । ଏହାକୁ ନେଇ ପ୍ରଯୋଜକ ଜିଲ୍ଲାପାଳ ଓ ଏସ୍ପିଙ୍କ ଅନୁମତି ମାଗିଛନ୍ତି , ନିକଟରେ ପୁଷ୍ପା 2ର 6 ଜଣିଆ ଟିମ୍ ମାଲକାନଗିରି ର ବିଭିନ୍ନ ଲୋକେସନ ସ୍ଥିର କରିଛନ୍ତି। ତେବେ ଏପରି ସୁପର୍ ହିଟ୍ ଚଳଚିତ୍ର ର ସୁଟିଂ ହୋଇଥିବାରୁ ଏହା ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ଅଟେ ,
ଫିଲ୍ମର କିଛି ଭାଗର ସୁଟିଂ ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର ପାଇଁ ଅନୁମତି ଲୋଡିଛି ଟିମ୍ । ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରି ସୁଟିଂ ପାଇଁ ଅନୁମତି ମାଗିଛନ୍ତି ।ପୁଷ୍ପା ୧ ଅପୂର୍ବ ସଫଳତା ହାସଲ କରିଥିବା ବେଳେ ପୁଷ୍ପା ୨ ଚଳଚ୍ଚିତ୍ର ନିମନ୍ତେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଟିଂ କାର୍ଯ୍ୟ ଜାରି ରହିଛି।
ତେବେ ପୁଲିସ ଓ ପ୍ରଶାସନ ପକ୍ଷରୁ ଫିଲ୍ମ ପୁଷ୍ପା-୨ର ସୁଟିଂ ପାଇଁ ଅନମୁତି ମିଳିଥିବା ଜଣାପଡିଛି । ଅନୁମତି ମିଳିବା ପରେ ମେ ୧ ତାରିଖରୁ ସୁଟିଂ କରାଯିବ ବୋଲି ସୂଚନା ରହିଛି । ଏପଟେ ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରି ରହିଛନ୍ତି ।









