ରାଇରଙ୍ଗପୁର ସହରସ୍ତ ମୁଖ୍ୟ କଚେରୀ ପରିବା ମ୍ୟାକେର୍ଟରେ ପରିବା ବିକାଳୀ ମାନଙ୍କର ଦୁଃଖ କହିଲେ ନ ସରେ |ଏଠାରେ ମ୍ୟୁନିସିପାଲିଟି ପକ୍ଷରୁ ସେମାନଙ୍କ ପାଇଁ ପିଣ୍ଡିଟିଏ କରାଗଲା ମାତ୍ର ବର୍ଷେ ଉପରେ ହେଲାଣି ଉପର ଛାଉଣିଟିଏ ଏପର୍ଯ୍ୟନ୍ତ ହୋଇପାରିନାହିଁ |ଏଣୁ ଏମାନେ ଖରା,ବର୍ଷା ଓ କାକରରେ ଖୋଲା ଆକାଶ ତଳେ ପରିବା ବିକ୍ରିକରିଆସୁଛନ୍ତି |ପ୍ରଶାସନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦେଖାଯାଉନାହିଁ |ପୁଣି ଏଠାରେ ଶୌଚାଳୟ ଅଛି କିନ୍ତୁ ପାଣି ସୁବିଧା ନାହିଁ |ଏଠାରେ ଥିବା ଡ୍ରେନ୍ ଗୁଡିକ ସଠିକଭାବରେ ସଫା ହେଉନାହିଁ |

ଅଳିଆ ଆବର୍ଜନା ଏଣେ ତେଣେ ପଡିରହିଛି ,ମାତ୍ର ପରିଷ୍କାରପରିଛନ୍ନ କରାଯାଉନାହିଁ |ତେଣୁ ଅଳିଆ ଆର୍ବଜନା ଯୋଗୁଁ ନାଳନର୍ଦ୍ଦମାଗୁଡିକ ଦୁର୍ଗନ୍ଧ ବାସୁଛି |ଯାହା ଫଳରେ ପରିବେଶ ଦୁଃସହ୍ୟ ହୋଇପଡିଛି |ପୁଣି ଜଣାପଡିଛି,ଜଣେ ପରିବାବିକାଳୀ ପିଣ୍ଡି ଉପରେ ତିରୋପାଲ ବାନ୍ଧୁ ବାନ୍ଧୁ ଖସି ପଡିଯାଇଥିଲେ |ଏହି ପରିପେକ୍ଷୀରେ ଉପରଛାଉଣୀ,ପାଣି ସମସ୍ୟା,ଅଳିଆ ଆର୍ବଜନା ସଫାସୁତୁରା ଓ ଡ୍ରେନ୍ କୁ ପରିଷ୍କାରପରିଛନ୍ନତା ପାଇଁ ଉଚ୍ଚକତୃପକ୍ଷ ନିକଟରେ ଦୃଢଦାବୀ କରିଛନ୍ତି |

ସେମାନଙ୍କ ମଧ୍ୟରେ ଅମୂଲ୍ୟଚରଣ ବେହେରା,ଗୋବିନ୍ଦ ଦାସ,ରାଜାରାମ ମହାନ୍ତ,ସପନ ଦାସ,ସାଗର ସାହୁ,ସାଉନା ସୋରେନ,ପ୍ରିଜସ୍ ପଢିଆରୀ,ରକି ଖାନ,ରଜନୀକାନ୍ତ ବେହେରା,ଶିବ କୈବର୍ତ୍ତ,ସଚିନ୍ଦ୍ର ଗିରି ଓ ନିମାଇ ସୋରେନ ପ୍ରମୁଖ |ଏ ଦିଗରେ ପ୍ରଶାସନ ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କଲେ ପରିବାବିକାଳୀମାନଙ୍କର ଦୁଃଖ ଦୂର ହୋଇପାରନ୍ତା ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚାଚାଲିଛି |









